ପେଟର ଉପରି ଭାଗରେ ଦିଶୁଛି ହାର୍ଟ

ଆମେରିକାରେ ରହୁଥିବା ଭିରସାଭ୍ୟା ଗୋଞ୍ଚାରୋଭା ନାମକ ଏକ ଛୋଟ ଝିଅ ବିରଳ ସମସ୍ୟା ଦେଇ ଗତି କରୁଛନ୍ତି। ସେ ପାଣ୍ଟାଲୋଜି ଅଫ କଣ୍ଟ୍ରୋଲ ନାମକ ଏକ ସ୍ବାସ୍ଥ୍ୟ ସମସ୍ୟା ଦେଇ ଗତି କରୁଛନ୍ତି। ଯେଉଁ କାରଣରୁ ତାଙ୍କ ପେଟର ଉପର ଅଂଶରେ ମାଂସ ବଢ଼ିଲା ଭଳି ଦେଖାଯାଛଛି। ଓ ସେଠାରେହିଁ ତାଙ୍କ ହାର୍ଟବିଟ୍‌ ବଢ଼ୁଥିବା କମୁଥିବା ଦେଖିବାକୁ ମିଳୁଛି। ଏ ନେଇ ତାଙ୍କୁ କୌଣସି କଷ୍ଟ ହେଉ ନଥିବା ସେ କହିଛନ୍ତି।

ଏହା ବ୍ୟତୀତ ତାଙ୍କ ହାର୍ଟରେ ଏକ କଣା ଅଛି। ଏ ନେଇ ତାଙ୍କୁ ଅଧିକ ସମୟ ହସ୍ପିଟାଲରେ ରହୁଛନ୍ତି। ୨୦୨୦ ଆରମ୍ଭରେ, ତାଙ୍କର ଅମ୍ଳଜାନ ସ୍ତର କମିଯାଇଥିଲା। କିଛିଦିନ ପରେ ଏହା ଠିକ୍‌ ହୋଇଥିଲା।

୨୦୧୫ରେ ତାଙ୍କ ମା’ ରୁଷିଆରୁ ଆମେରିକା ଆସିବାକୁ ସ୍ଥିର କଲେ। ସେ ଆଶା କରିଥିଲେ ଯେ ସେ ଆମେରିକାରେ ତାଙ୍କ ଝିଅର ଅସ୍ତ୍ରୋପଚାର କରିପାରିବେ। ଯାହାଦ୍ୱାରା ତାଙ୍କ ହାର୍ଟର କଣା ବନ୍ଦ ହୋଇଯିବ। ସେ ସାଧାରଣ ଜୀବନଯାପନ କରିବ। ତେବେ, ଗୋଞ୍ଚାରୋଭାଙ୍କର ଉଚ୍ଚ ରକ୍ତଚାପ ହେତୁ ତାଙ୍କ ଫୁସଫୁସର ଧମନୀ ପ୍ରଭାବିତ ହୁଏ, ତେଣୁ ଏହି ଅସ୍ତ୍ରୋପଚାର ମଧ୍ୟ ସମ୍ଭବ ନୁହେଁ ।

Share