‘ହାର୍ଟ ଅଫ ଷ୍ଟୋନ’ରେ ନିଜର ଲୁକ୍‌କୁ ନେଇ ଦର୍ଶକଙ୍କ ଦିଲ୍ ଜିତିଲେ ଆଲିଆ!

ମୁମ୍ବାଇ: ବଲିଉଡରେ ନିଜର ଜଲୱା ଦେଖାଇବା ପରେ ଏବେ ହଲିଉଡରେ ଏଣ୍ଟ୍ରି କରିବାକୁ ପୂରାପୁରି ପ୍ରସ୍ତୁତ ହୋଇ ଗଲେଣି ବଲିଉଡ କୁଇନ୍ ଆଲିଆ ଭଟ୍ଟ । ଅଭିନେତ୍ରୀ ଫିଲ୍ମ ‘ହାର୍ଟ ଅଫ୍ ଷ୍ଟୋନ’ ମାଧ୍ୟମରେ ହଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ଖୁବଶୀଘ୍ର ଏହା ରିଲିଜ୍ ହେବାକୁ ଯାଉଛି । ଆଉ ଏହାକୁ ନେଇ ଆଲିଆଙ୍କ ପ୍ରଶଂସକ ଖୁବ୍ ଏକ୍ସାଇଟେଡ ଅଛନ୍ତି । ନିକଟରେ ଏହି ଫିଲ୍ମର ଫାଷ୍ଟ ଲୁକ୍ ରିଲିଜ ହୋଇଥିବା ବେଳେ ଏଥିରେ ଆଲିଆଙ୍କ ଲୁକକୁ ଦେଖି କେବଳ ପ୍ରଶଂସକ କାହିଁକି ଇଣ୍ଡଷ୍ଟ୍ରିର ଅନେକ ଲୋକ ଗର୍ବ ଅନୁଭବ କରିଛନ୍ତି ।
ସୂଚନାଯୋଗ୍ୟ, ଆଲିଆଙ୍କ ଏହି ଫିଲ୍ମର ଫାଷ୍ଟ ଲୁକ ଷ୍ଟ୍ରିମିଂ ପ୍ଲାଟଫର୍ମ ନେଟଫ୍ଲିକ୍ସର ୟୁଟ୍ୟୁବ ଚ୍ୟାନେଲରେ ‘ଟୁଡମ: ଏ ନେଟଫ୍ଲିକ୍ସ ଗ୍ଲୋବାଲ ଫ୍ୟାନ ଇଭେଣ୍ଟ’ରେ ରିଭିଲ କରାଯାଇଛି । ଯେଉଁଥିରେ ଆଲିଆ ହଲିଉଡ ଷ୍ଟାର ଗାଲ ଗାଡଟ ଓ ଜେମି ହୋର୍ନନଙ୍କ ଅପୋଜିଟରେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି । ଦର୍ଶକଙ୍କୁ ଆଲିଆଙ୍କ ଏହି ଅନ୍ଦାଜ ବେଶ ପସନ୍ଦ ଆସିଛି । ଏଥିରେ ଭିନ୍ନ ଭିନ୍ନ କମେଣ୍ଟ ଦେବାସହ ଆଲିଆଙ୍କର ଖୁବ୍ ପ୍ରଶଂସା କରାଯାଇଛି ଓ ଦର୍ଶକେ ଫିଲ୍ମକୁ ନେଇ ଏକ୍ସାଇଟମେଣ୍ଟ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ, ଆସନ୍ତା ବର୍ଷ ଅର୍ଥାତ୍ ୨୦୨୩ରେ ଏହା ରିଲିଜ୍ ହେବ ।

Share