କଥାରେ ଅଛି ‘ଯେଉଁମାନେ ପରିଶ୍ରମ କରନ୍ତି ସେମାନେ ସଫଳ ନିଶ୍ଚୟ ହୁଅନ୍ତି’। ଅନେକ ବିଫଳ ହେବା ଭୟରେ ଚେଷ୍ଟା କରି ନ ଥାନ୍ତି। ହେଲେ ବହୁତ କମ୍ ଲୋକ ଏହାକୁ ନିଜ ଜୀବନରେ କାର୍ଯ୍ୟକାରୀ କରିଥାନ୍ତି। ସେଭଳି ଏକ ସୁନ୍ଦର ଚିତ୍ର ଦିଲ୍ଲୀର ଇଣ୍ଡିଆ ଗେଟ୍ରେ ଦେଖିବାକୁ ମିଳିଛି। ଏଠାରେ ଜଣେ ଯୁବକ ପରିବାର ପ୍ରତିପୋଷଣ ପାଇଁ ପାଣି ବୋତଲ ବିକ୍ରି କରିଥାନ୍ତି। ହେଲେ ତା ସହିତ ସେ ଭବିଷ୍ୟତକୁ ଉଜ୍ଜ୍ୱଳ କରିବା ଲାଗି କନଷ୍ଟେବଳ ପରୀକ୍ଷା ଲାଗି ପ୍ରସ୍ତୁତ ହେଉଛନ୍ତି। ଏବେ ତାଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସବୁଗୁଡ଼ିକ ବାସ୍ତବରେ ହୃଦୟସ୍ପର୍ଶୀ ବୋଲି କୁହାଯାଉଛି।
ଯୁବକ ଜଣଙ୍କ ହେଉଛନ୍ତି ଅମାନ। ସେ ଦିଲ୍ଲୀର ଶାହଦରା ନିବାସୀ। ଗତ କିଛି ମାସ ହେବ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି। ତେବେ ଘରର ଆର୍ଥିକ ସ୍ଥିତି ଭଲ ନ ଥିବାରୁ ଯୁବକଜଣଙ୍କ ଇଣ୍ଡିଆଗେଟ୍ରେ ପର୍ଯ୍ୟଟକଙ୍କୁ ପାଣି ବୋଲ ବିକ୍ରି କରୁଛନ୍ତି। ଏଥିରୁ ମିଳୁଥିବା ଟଙ୍କାରୁ ସେ ପରିବାରକୁ ଚଳାଇଥାନ୍ତି। ଏହାସହ ନିଜର ପଢ଼ା ଖର୍ଚ୍ଚ ଉଠାଇଥାନ୍ତି।
ଦେଖନ୍ତୁ ଭିଡିଓ:
कोशिश करते रहिए
सफलता खुद ही नसीब होगी..इंडिया गेट पर यह लड़का पानी बेचकर अपने परिवार का भरण-पोषण भी कर रहा है। साथ ही साथ SSC कांस्टेबल की तैयारी भी कर रहा है। जिससे अपने भविष्य को उज्जवल बना सके।
ऐसे जज्बे को दिल से सलाम🙏🙏 pic.twitter.com/cFtmtIlvyB— Adi Vatsal (@VatsalAdi) November 12, 2022