ରାୟପୁର,୧୪।୧୨: ଛତିଶଗଡର ନୂତନ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏଙ୍କ ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦି ନିଜ ସରଳତାର ଏକ ଉଦାହରଣ ଦେଇଛନ୍ତି।
ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ଶପଥ ଗ୍ରହଣ କରିବାକୁ ଯାଉଥିଲେ। ତେଣୁ ଏହା ପୂର୍ବରୁ ପିଏମ ମୋଦି ମଞ୍ଚକୁ ଆସିଥିଲେ। ସେହି ସମୟରେ ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନ ବସିବାକୁ ଯାଉଥିଲେ। ସେଠାରେ କୌଣସି ଟେବୁଲ ନ ଥିଲା। ଦୂରରେ ଥିବା ଟେବୁଲ ଉପରେ ଏକ ମାଇକ ଥିଲା। ଏହି ସମୟରେ ପିଏମ ମୋଦି ନିଜେ ଟେବୁଲକୁ ଠେଲି ଆଣିଥିଲେ। ପ୍ରଧାନମନ୍ତ୍ରୀ ଏହା କରିବା ମାତ୍ରେ ମଞ୍ଚରେ ଉପସ୍ଥିତ ଥିବା ସମସ୍ତ ନେତା ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। ଏହି ଉଦାହରଣର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଲୋକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରରୁନ୍ତି। ସମସ୍ତେ ପିଏମ ମୋଦିଙ୍କୁ ପ୍ରଶଂସା କରୁଛନ୍ତି।