Categories: ଜାତୀୟ

ଦିଲ୍ଲୀରେ ହୃଦୟ ବିଦାରକ ଘଟଣା: ପାଣି ନ ଦେବାରୁ ରୁମ ପାର୍ଟନରଙ୍କୁ ଗଳା ଚିପି ହତ୍ୟା, ଫଙ୍ଖାରେ ଲଟକାଇଲେ ମୃତଦେହ

ନୂଆଦିଲ୍ଲୀ,୧୯।୧: ରାଜଧାନୀ ଦିଲ୍ଲୀର ନିହାଲ ବିହାରରୁ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ପିଇବା ପାଣି ନ ଦେବାରୁ ରୁମ ପାର୍ଟନର ଜଣେ ନାବାଳକଙ୍କ ସହ ମିଶି ଜଣେ ଯୁବକଙ୍କୁ ଗଳା କାଟି ହତ୍ୟା କରିଛନ୍ତି। ଏହାକୁ ଆତ୍ମହତ୍ୟା ରୂପ ଦେବାକୁ ଅଭିଯୁକ୍ତ ମୃତ ଶରୀରକୁ ଫ୍ୟାନରେ ଟାଙ୍ଗି ଦେଇଛନ୍ତି। ମୃତକ ଉତ୍ତର ପ୍ରଦେଶର ହରଦୋଇ ନିବାସୀ ରଚିତ ବୋଲି ଜଣାପଡିଛି। ବେକରେ ଗଳା ଚିପାଯାଇଥିବା ଚିହ୍ନ ପାଇବା ପରେ ପୋଲିସ ହତ୍ୟା ମାମଲା ରୁଜୁ କରିଛି। ଏହି ଘଟଣା ପରେ ପଳାୟନ କରୁଥିବା ଅଭିଯୁକ୍ତ ଉତ୍ତର ପ୍ରଦେଶ ବାସିନ୍ଦା ତଥା ତାଙ୍କ ରୁମ ପାର୍ଟନର ଅଭୟ କାନ୍ତ ମିଶ୍ର ଓ ତାଙ୍କ ନାବାଳକ ସହଯୋଗୀଙ୍କୁ ପୋଲିସ ଗିରଫ କରିଛି। ପୋଲିସ ଏହି ଘଟଣାର ତଦନ୍ତ କରୁଛି।
ପୋଲିସ ଅଧିକାରୀ କହିଛନ୍ତି ଯେ ଜାନୁଆରୀ ୧୧ ରେ ଲକ୍ଷ୍ମୀ ପାର୍କ ଅଞ୍ଚଳରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ସୂଚନା ମିଳିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦେଖିଲା ଯେ ଯୁବକଙ୍କ ମୃତଦେହ ଫ୍ୟାନ ରଡରେ ଝୁଲୁଛି। ଅନୁସନ୍ଧାନ ବେଳେ ଛାତର ଲମ୍ବ ଏବଂ ଏହାର ଚାରିପାଖରେ କୌଣସି ଉପକରଣ ଇତ୍ୟାଦି ନ ଥିବାରୁ ପୋଲିସର ସନ୍ଦେହ ହୋଇଥିଲା।

Share