କେନିୟାରେ ଜଳାଭାବର ହୃଦୟ ବିଦାରକ ଦୃଶ୍ୟ

ନାଇରୋବି,୧୫।୧୨: କେନିୟାରେ ଜଳ ଅଭାବ ଯୋଗୁ ଦେଶର ଜିରାଫଙ୍କ ସଂଖ୍ୟା ଉପରେ କେଉଁ ଭଳି ପ୍ରଭାବ ପଡ଼ୁଛି, ତାହାର ଏକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ନିର୍ଦ୍ଦିଷ୍ଟ ଫଟୋରେ ୬ ଜିରାଫଙ୍କ ମୃତୁଦେହ ପଡ଼ିଥିବା ଦେଖିବାକୁ ମିଳୁଛି। ଦୃଶ୍ୟଟି ହେଲା କେନିୟାର ଓ୍ବାଜିରସ୍ଥିତ ସାବୁଲି ବନ୍ୟଜନ୍ତୁ ସଂରକ୍ଷଣର। ଖାଦ୍ୟ ଓ ଜଳ ଅଭାବରୁ ଦୁର୍ବଳ ହୋଇ ପଡ଼ିଥିବା ଜିରାଫମାନଙ୍କ କାଦୁଅରେ ଫଶି ମୃତ୍ୟୁ ହୋଇଛି। ଜଳଭଣ୍ଡାର ଜଳକୁ ପ୍ରଦୂଷିତ ହେବାରୁ ରୋକିବା ପାଇଁ ମୃତଦେହକୁ ଭିନ୍ନ ସ୍ଥାନକୁ ନିଆଯାଇ ଫଟୋ ଉଠାଯାଇଛି।

ଅଲ ଜାଜିରାରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, କେନିୟାର ଉତ୍ତର ଭାଗରେ ସାଧାରଣଠାରୁ ଏଥର ୩୦ ପ୍ରତିଶତ କମ୍‌ ବର୍ଷ ହୋଇଛି। ଫଳରେ ଅଞ୍ଚଳରେ ସୃଷ୍ଟି ହୋଇଛି ସାଙ୍ଘାତିକ ମରୁଡ଼ି ପରିସ୍ଥିତି। ବର୍ଷା ଅଭାବରୁ ବନ୍ୟଜନ୍ତୁଙ୍କ ଜୀବନ ଉପରେ ବିନାଶକାରୀ ପ୍ରଭାବ ପଡ଼ିଛି।

 

Share