କ୍ୱିଭ,୫।୪: ଆଗକୁ ବଢ଼ୁଥିବା ରୁଷିଆ ସେନାର ଆକ୍ରମଣରେ ପ୍ରାଣ ହରାଇବା ଭୟରେ ଥିବା ୟୁକ୍ରେନ ନାଗରିକମାନେ ଏବେ ଛୁଆଙ୍କ ଶରୀରରେ ପରିବାରର ତଥ୍ୟ ଲେଖିବା ଆରମ୍ଭ କରିଛନ୍ତି। ଏହି ଘଟଣାର ଫଟୋକୁ ଅନେକ ଜର୍ନାଲିଷ୍ଟ ଟୁଇଟ୍ କରି ପୂରା ବିଶ୍ୱ ସାମ୍ନାକୁ ଆଣିଛନ୍ତି ୟୁକ୍ରେନର ହୃଦୟ ବିଦାରକ ଚିତ୍ର।
“ୟୁକ୍ରେନର ମା’ମାନେ ଛୁଆଙ୍କ ଶରୀରରେ ପରିବାରକୁ ଯୋଗାଯୋଗ କରିବାକୁ ତଥ୍ୟ ଲେଖୁଛନ୍ତି। ଯଦି ସେମାନଙ୍କର କିଛି ହୋଇଯାଏ, ତେବେ ସେମାନଙ୍କ ଛୁଆମାନେ ଜୀବିତ ରହିପାରିବେ। ଏବେ ବି ୟୁରୋପ ଗ୍ୟାସ ପାଇଁ ରୁଷିଆ ସହ ଆଲୋଚନା କରୁଛି” ବୋଲି ଇଣ୍ଡିପେନଡେଣ୍ଟ ଜର୍ନାଲିଷ୍ଟ ଆନାସ୍ତାସିଆ ଲାପାଟିନା ଲେଖି ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ ୟୁକ୍ରେନର ଜଣେ କୁନି ଝିଅ ପିଠିରେ ତା’ ନାମ ଏବଂ ଏକ ଟେଲିଫୋନ ନମ୍ବର ଲେଖୁଥିବା ଦେଖିବାକୁ ମିଳୁଛି।
ତେବେ ସେହି ଫଟୋକୁ ୩ ଦିନ ତଳେ ଝିଅର ମା ସାଶା ମାକୋଭି ନିଜ ଇନ୍ଷ୍ଟାଗ୍ରାମରେ ଶେୟାର କରିଥିଲେ।