Categories: ଜାତୀୟ

୧୨୧ ବର୍ଷର ରେକର୍ଡ ଭାଙ୍ଗିଲା ତାତି, ୯ ରାଜ୍ୟରେ ଲୁ ଚେତାବନୀ …

ନୂଆଦିଲ୍ଲୀ, ୨।୪ : ଚଳିତ ବର୍ଷ ଦେଶରେ ତାତି ୧୨୧ ବର୍ଷର ରେକର୍ଡ ଭାଙ୍ଗିଛି। ୧୯୦୧ ମସିହା ପରେ ପ୍ରଥମ ଥର ପାଇଁ ମାର୍ଚ୍ଚ ମାସରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ଟପିଛି। ଏହା ହାରାହାରି ତାପମାତ୍ରାଠାରୁ ୧.୮୬ ଡିଗ୍ରୀ ସେଲସିୟସ୍‌ ଅଧିକ ରହିଛି।

ଏହାକୁ ଦୃଷ୍ଟିରେ ରଖି ଦେଶର ୯ଟି ରାଜ୍ୟରେ ଲୁ ଚେତାବନୀ ଜାରି କରାଯାଇଛି। ଇତିମଧ୍ୟରେ ରାଜସ୍ଥାନରେ ତାପମାତ୍ରା ମାର୍ଚ୍ଚ ୩୦ରେ ଚୁରୁଠାରେ ୪୩ ଡିଗ୍ରୀ ରେକର୍ଡ କରାଯାଇଛି। ଗୁଜୁରାଟ ଅହମଦାବାଦ୍‌ରେ ୨୯ ମାର୍ଚ୍ଚରେ ୪୨ ଡିଗ୍ରୀ, ମହାରାଷ୍ଟ୍ର ଚନ୍ଦ୍ରପୁରରେ ୩୧ ମାର୍ଚ୍ଚରେ ୪୪.୪ ଡିଗ୍ରୀ, ମଧ୍ୟପ୍ରଦେଶ ଖଜୁରାହୋରେ ମାର୍ଚ୍ଚ ୨୩ରେ ୪୨.୧ ଡିଗ୍ରୀ, ବିହାର ବକ୍ସରରେ ୨୩ ମାର୍ଚ୍ଚରେ ୪୦ ଡିଗ୍ରୀ ରେକର୍ଡ କରାଯାଇଛି।

ଆଗାମୀ ଦିନରେ ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରପ୍ରଦେଶ, ଛତିଶଗଡ଼, ହରିୟାଣା, ଦିଲ୍ଲୀ, ଗୁଜୁରାଟ, ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ର ଆଦି ୯ ଟି ରାଜ୍ୟରେ ଗରମ ଝାଞ୍ଜି ପବନ ପ୍ରବାହିତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Share