କେଲାଂଗ,୩୧ ।୩: ହିମାଚଳ ପ୍ରଦେଶର ଜନଜାତି ଜିଲା ଲାହୋଲ-ସ୍ପିତିରେ ଗ୍ରୀଷ୍ମ ରେକର୍ଡ ଭାଙ୍ଗିଛି । ପ୍ରଥମଥର ଲାଗି ମାର୍ଚ୍ଚ ମାସରେ ପାରଦ ୨୦ ଡିଗ୍ରୀ ଉପରକୁ ଚାଲିଯାଇଛି । ଯଦି ଲଗାତାର ଏହା ବଢିଲା ତେବେ ଗ୍ଲାସିୟର ଖୁବଶୀଘ୍ର ତରଳିବା ଆରମ୍ଭ କରିବ । ପୂର୍ବରୁ ମାର୍ଚ୍ଚ ମାସରେ ଲାହୋଲର ତାପମାତ୍ରା ମାଇନସ ଡିଗ୍ରୀ ରେକର୍ଡ କରାଯାଉଥିଲା । ହେଲେ ଏଥର ମାର୍ଚ୍ଚରେ ପ୍ରଥମଥର ସର୍ବନିମ୍ନ ତାପମାତ୍ରା ବି ବୃଦ୍ଧି ପାଇଁ ୩ ଡିଗ୍ରୀ ଉପରକୁ ଚାଲିଯାଇଛି । ପରିବେଶବଙ୍କ କହିବା କଥା ହେଲା ଅଟଳ ଟନେଲ ନିର୍ମାଣ ପରଠାରୁ ଲାହୋଲ-ସ୍ପିଟିର ତାପମାତ୍ରା ବୃଦ୍ଧି ପାଇ ଚାଲିଛି । ଲଗାତାର ଯାନବାହନ ଚଳାଚଳ ଯୋଗୁ ସମସ୍ୟା ଉପୁଜିବ।। ସହ ତାମାତ୍ରା ବୃଦ୍ଧି ହେଉଛି । ଏହାସହ ସେଠାରେ ଗଛ ସଂଖ୍ୟା କମ୍ ଥିବାରୁ ଲଗାତାର ଗାଡି ମଟର ଯା’ଆସ ସମସ୍ୟା ସୃଷ୍ଟି କରିଛି ।