ଓ୍ବାଶିଂଟନ,୨୮।୬ : ଦକ୍ଷିଣ ଆମେରିକାର ଅଧିକାଂଶ ଅଞ୍ଚଳରେ ତାତି ସଙ୍କଟ ସୃଷ୍ଟି ହୋଇଛି। ଅସହ୍ୟ ଗରମ ଯୋଗୁଁ ଲୋକମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଦେଶର ୫୫ ମିଲିୟନରୁ ଅଧିକ ଲୋକ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଲୋକମାନଙ୍କ ପାଇଁ ବର୍ତ୍ତମାନ ଏକ ହର୍ଟ ଆଲର୍ଟ ଜାରି କରାଯାଇଛି।
ଗତ ଏକ ସପ୍ତାହ ମଧ୍ୟରେ ତାତି ଲହର ଟେକ୍ସାସ, ଓକାଲୋହୋମା, ନ୍ୟୁ ମେକ୍ସିକୋ ଏବଂ ଅନ୍ୟ ଦକ୍ଷିଣ ଭାଗରେ ସଙ୍କଟ ସୃଷ୍ଟି ଛି ବୋଲି ସିହ୍ନୁଆ ନ୍ୟୁଜ ଏଜେନ୍ସି କହିଛି। ଆମେରିକାର ଜାତୀୟ ପାଣିପାଗ ସେବା ଅନୁଯାୟୀ ଅତ୍ୟଧିକ ଉତ୍ତାପ ଯୋଗୁଁ ଲୋକଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ଦେଖାଦେଇଛି।
ପଶ୍ଚିମ ଟେକ୍ସାସର ସାନ ଆଞ୍ଜେଲୋରେ ଜୁନ ମାସରେ ତାପମାତ୍ରା ଦୁଇଥର ୧୧୪ ଡିଗ୍ରୀ ଫାରେନହାଇଟ ରେକର୍ଡ କରିଥିଲା, ଯାହା ସର୍ବାଧିକ ରେକର୍ଡ ହୋଇଛି। ସୀମାନ୍ତ ସହର ଡେଲ ରିଓ ପ୍ରଥମ ଥର ପାଇଁ ଏହା ୧୧୫ ଡିଗ୍ରୀ ଫାରେନହାଇଟରେ ପହଞ୍ଚିଛି ।
ମିଡଲ୍ୟାଣ୍ଡର ପାଣିପାଗ ବିଶେଷଜ୍ଞଙ୍କ ଅନୁଯାୟୀ ଦକ୍ଷିଣ-ପଶ୍ଚିମ ଟେକ୍ସାସର ବିଗ ବେଣ୍ଡ ଅଞ୍ଚଳରେ ଶୁକ୍ରବାର ତାପମାତ୍ରା ୧୧୯ ଡିଗ୍ରୀ ଫାରେନହାଇଟ ଛୁଇଁବା ସହିତ ରାଜ୍ୟର ସର୍ବକାଳୀନ ସର୍ବୋଚ୍ଚ ତାପମାତ୍ରା ଫାରେନହାଇଟ ୧୨୦ ଡିଗ୍ରୀ ମଧ୍ୟରେ ଥିଲା।