କାଲିଫର୍ନିଆରେ ବଢୁଛି ଉତ୍ତାପ, ବ୍ୟାପିପାରେ ନିଆଁ

ଓ୍ବାଶିଂଟନ,୧୩ା୭: ଆମେରିକାର ଦକ୍ଷିଣ କାଲିଫର୍ନିଆ ପ୍ରବଳ ଉତ୍ତାପର ସମ୍ମୁଖୀନ ହେଉଛି। ପ୍ରବଳ ଉତ୍ତାପ ଯୋଗୁ ଏହି ଅଞ୍ଚଳରେ ଥିବା ଜଙ୍ଗଲରେ ନିଆଁ ଲାଗିବାର ଭୟ ସୃଷ୍ଟି ହୋଇଛି। ଏହା ସହିତ ଉତ୍ତାପ ସମ୍ବନ୍ଧୀୟ ରୋଗ ମଧ୍ୟ ଚିନ୍ତାଜନକ ପରିସ୍ଥିତି ଉପୁଜାଇଛି।

ରିପୋର୍ଟ ଅନୁଯାୟୀ, ଆମେରିକାର ଦକ୍ଷିଣ-ପଶ୍ଚିମ ଏବଂ ପଶ୍ଚିମରେ ଉତ୍ତାପ ଯୋଗୁ ଏହି ଅଞ୍ଚଳରେ ଉତ୍ତାପ ବଢ଼ିଚାଲିଛି। ପାଣିପାଗ ପୂର୍ବାନୁମାନ ଅନୁଯାୟୀ, ଦକ୍ଷିଣ କାଲିଫର୍ନିଆରେ ତାପମାତ୍ରା ୪୪ ଡିଗ୍ରୀ ସେଲ୍‌ସିୟସରେ ପହଞ୍ଚିବ ବୋଲି ଆଶା କରାଯାଉଛି।

ପଶ୍ଚିମ ଏବଂ ପୂର୍ବ ଆଣ୍ଟେଲୋପ ଉପତ୍ୟକା ପାହାଡ଼ ପାଇଁ ଅତ୍ୟଧିକ ଉତ୍ତାପ ସତର୍କ ସୂଚନା ଜାରି କରାଯାଇଛି। ଏଠାରେ ତାପମାତ୍ରା ୪୩ ଡିଗ୍ରୀ ଛୁଇଁପାରେ। ଆମେରିକାର ଜାତୀୟ ପାଣିପାଗ ସେବା (NWS) ଅନୁଯାୟୀ, ଅତ୍ୟଧିକ ଉତ୍ତାପ ଶୁକ୍ରବାରଠାରୁ ରବିବାର ପର୍ଯ୍ୟନ୍ତ ଚାଲିବ।

ଲସ୍‌ଏଞ୍ଜେଲସ୍‌ କାଉଣ୍ଟିର କିଛି ଅଂଶରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁବ ବୋଲି ଆମେରିକା ଜାତୀୟ ପାଣିପାଗ ସେବା ପକ୍ଷରୁ ସତର୍କ ସୂଚନା ଦିଆଯାଇଛି।

Share