ମତେ ଭୁଷିବୁ କି ଯଦି ଭୁଷ୍‌, ଷଣ୍ଢକୁ କହିଲେ ମଦ୍ୟପ, ଶେଷରେ ଷଣ୍ଢ କଲା ଏପରି, ଦେଖନ୍ତୁ ଭାଇରାଲ ଭିଡିଓ…

ନୂଆଦିଲ୍ଲୀ,୨୪।୧୦ : ଡିଜିଟାଲ ବିପ୍ଳବର ଏହି ଯୁଗରେ ସୋସିଆଲ ମିଡିଆରେ ଅଜବ ଘଟଣାର ଫଟୋ ଏବଂ ଭିଡିଓ ଶେୟାର ୟୁଜରମାନେ କରୁଛନ୍ତି। ସମ୍ପ୍ରତି, ଏହିପରି ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି ଜଣେ ବ୍ୟକ୍ତି ଏକ ଷଣ୍ଢକୁ ମତେ ଭୁଷିବୁ କି ଯଦି ଭୁଷ୍‌ କହୁଛନ୍ତି। ଶେଷରେ ବିରକ୍ତ ହୋଇ ଷଣ୍ଢ ଆଖି ପିଛୁଳାକେ ତାଙ୍କୁ ଉଠାଇ ଭୂମିରେ କଚାଡି ଦେଉଛି।

କେତେକ ଲୋକ ଏହି ମଜାଳିଆ ଘଟଣାକୁ କ୍ୟାମେରାରେ କଏଦ କରି ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଭିଡିଓରେ ଜଣେ ମଦ୍ୟପ ଯୁବକ ମଦ ନିଶାରେ ଏଭଳି କରୁଥିବା ଦେଖିବାକୁ ମିଳୁଛି। ଭିଡିଓ ଦେଖି ଲାଗୁଛି ତାଙ୍କର ଷଣ୍ଢ ପ୍ରତି ଯେପରି କୌଣସି ଭୟ ନାହିଁ ।

ସେ ଷଣ୍ଢର ଶିଙ୍ଗ ଧରି ମୋଡ଼ିବା ଆରମ୍ଭ କଲେ। ଏହା ସହିତ ଷଣ୍ଢକୁ ପଛକୁ ଠେଲିବାକୁ ଚେଷ୍ଟା କରିବା ଆରମ୍ଭ କଲେ।
ଭାଇରାଲ ଭିଡିଓରେ ଏହା ଦେଖିବାକୁ ମିଳୁଛି ଏହାପରେ ଷଣ୍ଢ ଶିଙ୍ଗ ବୁଲାଇ ତାଙ୍କ ଆଡକୁ ଆସିଲା ପରେ ସେ ଖସି ପଳାଇଲେ। ପରବର୍ତ୍ତୀ ମୁହୂର୍ତ୍ତରେ ଷଣ୍ଢ ତାଙ୍କୁ ଦୁଇ ଶିଙ୍ଗରେ ଉଠାଇ ଉପରକୁ ଉଠାଇ ତଳେ କଚାଡି ଦେଲା। ମଦ୍ୟପ ବ୍ୟକ୍ତି ତଳେ ପଡ଼ିଯାଇଥିଲେ। ତଥାପି, କିଛି ସମୟ ପରେ ସେ ସ୍ବାଭାବିକ ଭାବେ ଉଠି ଠିଆ ହୋଇଥିଲେ ଯେପରି କିଛି ହୋଇନାହିଁ। ଭିଡିଓକୁ ନେଇ ୟୁଜରମାନେ ମଜାଳିଆ କମେଣ୍ଟ ଦେବାରେ ଲାଗିଛନ୍ତି।

 

 

 

 

Share