୨୪ ଘଣ୍ଟା ଯାଏ ରହିବ ହିଟ୍‌ୱେଭ: ଏହି ସବୁ ଜିଲାକୁ ସତର୍କତା ଜାରି

ଭୁବନେଶ୍ୱର,୬।୪: ଆସନ୍ତା ୨୪ ଘଣ୍ଟା ଯାଏ କିଛି ସ୍ଥାନରେ ହିଟ୍‌ୱେଭ ଜାରି ରହିବ। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା। ତେବେ କଟକ, ଭଦ୍ରକ, ନୟାଗଡ଼, ମୟୂରଭଞ୍ଜ, କଳାହାଣ୍ଡି, ବୌଦ୍ଧ, ମାଲକାନଗିରି, ନୂଆପଡ଼ା, ନବରଙ୍ଗପୁର, କନ୍ଧମାଳ, ବଲାଙ୍ଗୀରକୁ ଜିଲାକୁ ସତର୍କତା ଜାରି କରାଯାଇଛି।

ଅନ୍ୟପଟେ, ଆଜି ଦିନ ସାଢ଼େ ୮ ସୁଦ୍ଧା କିଛି ସ୍ଥାନରେ ତାପମାତ୍ରା ୩୧ ଟପିଛି। ଚାନ୍ଦବାଲି ୩୧.୬, କେନ୍ଦୁଝର ୩୧, ସମ୍ବଲପୁର ଓ ଝାରସୁଗୁଡ଼ା ୩୦ ଡିଗ୍ରୀ ରହିଥିବା ବେଳେ ଭୁବନେଶ୍ୱରରେ ତାପମାତ୍ରା ୨୯.୮ ଡିଗ୍ରୀ ରହିଛି।

Share