ଉତ୍ତାପ ଲହର: ବେଜିଂରେ ଓ୍ବାର୍କ ଆଟ୍‌ ହୋମ୍‌ ନିର୍ଦ୍ଦେଶ…

ବେଜିଂ,୬।୭ : ଚାଇନାର ରାଜଧାନୀ ବେଜିଂରେ ପ୍ରବଳ ଉତ୍ତାପ ଯୋଗୁଁ ଲୋକମାନେ ସମସ୍ୟାରେ ପଡ଼ିଛନ୍ତି। ଲୋକଙ୍କୁ ମଧ୍ୟ ଉତ୍ତାପ ଲହରର ସାମ୍ନା କରିବାକୁ ପଡୁଛି। ଏଥି ସହିତ ବେଜିଂରେ ତାପମାତ୍ରା ୪୦ ଡିଗ୍ରୀ ସେଣ୍ଟିଗ୍ରେଡରେ ପହଞ୍ଚିଛି। ସରକାର ଲୋକଙ୍କୁ ବାହ୍ୟ କାର୍ଯ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

୨୨ ନିୟୁତ ଜନସଂଖ୍ୟା ବିଶିଷ୍ଟ ସହରରେ ଅତ୍ୟଧିକ ତାପମାତ୍ରା ପାଇଁ ରେଡ ଆଲର୍ଟ ଜାରି କରାଯିବା ପରେ ବୃଦ୍ଧ ଓ ରୋଗୀଙ୍କ ଶରୀର ଥଣ୍ଡା ରଖିବାକୁ ସରକାରୀ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଲୋକଙ୍କୁ ଓ୍ବାର୍କ ଆଟ୍‌ ହୋମ୍‌ ନିର୍ଦ୍ଦେଶ ଜାରି କରାଯାଇଛି।

ଗତ ୧୦ ଦିନରେ ବେଜିଂରେ ହାରାହାରି ତାପମାତ୍ରା ୩୫ ଡିଗ୍ରୀ ସେଲସିୟସରୁ ଅଧିକ ରେକର୍ଡ କରିଛି, ଯାହା ୧୯୬୧ ପରଠାରୁ ସର୍ବାଧିକ।

ନଗର ସରକାରଙ୍କ ତରଫରୁ ଏକ ବିଜ୍ଞପ୍ତିରେ କୁହାଯାଇଛି ଉତ୍ତାପ ରୋକିବା ଏବଂ ଥଣ୍ଡା ପାଇଁ ସମ୍ପୃକ୍ତ ବିଭାଗ ଏବଂ ୟୁନିଟ ଜରୁରୀକାଳୀନ ପଦକ୍ଷେପ ଗ୍ରହଣ କରିବେ। ଏହାସହ ନିଯୁକ୍ତିଦାତାଙ୍କୁ ବାହ୍ୟ ଅପରେଶନ ବନ୍ଦ କରିବାକୁ କୁହାଯାଇଛି।

ଏଥି ସହିତ ବନ୍ୟା ପରିସ୍ଥିତି ହଜାର ହଜାର ଲୋକଙ୍କୁ ଦକ୍ଷିଣ ଚାଇନାରେ ନିଜ ଘର ଛାଡିବାକୁ ବାଧ୍ୟ କରିଛି।

ଉତ୍ତରରେ ଆଭ୍ୟନ୍ତରୀଣ ମୋଙ୍ଗୋଲିଆ, ଉତ୍ତର ପୂର୍ବରେ ହିଲୋଙ୍ଗଜିଆଙ୍ଗ ଏବଂ ଦକ୍ଷିଣ-ପଶ୍ଚିମରେ ତିବ୍ଦତ ଏବଂ ସିଚୁଆନରେ ବନ୍ୟା ପରିସ୍ଥିତି ପାଇଁ ସରକାର ସତର୍କ ସୂଚନା ଜାରି କରିଛନ୍ତି।

 

Share