Categories: ଜାତୀୟ

ଉତ୍ତାପ ବୃଦ୍ଧି ପାଇବ, ଭାରତର ୯୦% ଅଞ୍ଚଳକୁ ବିପଦ

ନୂଆଦିଲ୍ଲୀ,୨୯ା୬: ଯଦିଓ ଦେଶର ଅଧିକାଂଶ ଅଞ୍ଚଳ ଭଲ ମୌସୁମୀ ଅଧୀନରେ ଆସିଛି ତଥାପି କିଛିଦିନ ପୂର୍ବରୁ ଅନେକ ରାଜ୍ୟ ଉତ୍ତାପରେ ରେକର୍ଡ ଭାଙ୍ଗିଛନ୍ତି। ଏହି କାରଣରୁ ଜୁନ୍‌ରେ ଦେଶରେ ପ୍ରାୟ ୧୦୦ ଲୋକ ପ୍ରାଣ ହରାଇଥିଲେ।

ଅନେକ ଅଧ୍ୟୟନରୁ ଜଣାପଡ଼ିଛି, ଜଳବାୟୁ ପରିବର୍ତ୍ତନ ହେତୁ ଆଗାମୀ ଦିନରେ ପ୍ରବଳ ଉତ୍ତାପ ବୃଦ୍ଧି ପାଇବାର ସମ୍ଭାବନା ଅଛି। ସାଇନ୍ସ ଡାଇରେକ୍ଟରେ ପ୍ରକାଶିତ ଏକ ଅଧ୍ୟୟନ ରିପୋର୍ଟରେ ବୈଜ୍ଞାନିକମାନେ କହିଛନ୍ତି ଯେ, ଗତ ୫୦ ବର୍ଷ ମଧ୍ୟରେ ଗରମର ତାପମାତ୍ରା ୬୨.୨% ଏବଂ ବଜ୍ରପାତ ୫୨.୮%କୁ ବୃଦ୍ଧି ପାଇଛି। ପାଣିପାଗ ବିଭାଗ ଦ୍ୱାରା ପ୍ରକାଶିତ ତଥ୍ୟ ଆଧାରରେ ୧୯୭୦ରୁ ୨୦୧୯ମଧ୍ୟରେ ଏହି ଅଧ୍ୟୟନ କରାଯାଇଛି। ରିପୋର୍ଟ ଅନୁଯାୟୀ, ଗତ ୫୦ ବର୍ଷ ମଧ୍ୟରେ ଉତ୍ତାପ ଯୋଗୁ ପ୍ରାୟ ୧୭୦୦୦ ଲୋକ ପ୍ରାଣ ହରାଇ ସାରିଲେଣି।

Share