ବେପାର ମାନ୍ଦା କରୁଛି ତାତି

କଟକ,୨୧ା୪(ଦିବାକର ସାହୁ)ଦିନକୁ ଦିନ ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି ତାପମାତ୍ରା। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଦିନ ୧୦ଟା ପରେ ଘରୁ ବାହାରକୁ ବାହାରି ପାରୁନାହାନ୍ତି ଲୋକେ। ଗତ କିଛିଦିନ ହେବ କଟକ-ଭୁବନେଶ୍ୱରର ତାପମାତ୍ରା ୪୦ ଡିଗ୍ରୀ ପାର କରୁଛି । ସା ୬ଟା ପର୍ଯ୍ୟନ୍ତ ଖରା ସହ ଗୁଳୁଗୁଳି ହେଉଛି ଫଳରେ ତାତିରେ ଦୈତନଗରୀ ବାସିନ୍ଦା ଅତିଷ୍ଠ ହୋଇପଡ଼ିଲେଣି। ଏହାର ପ୍ରଭାବ ବିଶେଷଭାବେ ବ୍ୟବସାୟ ଉପରେ ମଧ୍ୟ ପଡ଼ୁଛି। ଦିନବେଳା ଲୋକେ ଘରୁ ବାହାରକୁ ବାହାରୁ ନ ଥିବାରୁ ରାସ୍ତାରେ ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କ ବେପାର ମାନ୍ଦା ହେଉଛି। ପ୍ରଚଣ୍ଡ ଖରାକୁ ବେପାର ମାନ୍ଦା ଏବେ ବ୍ୟବସାୟୀଙ୍କ ଚିନ୍ତାର କାରଣ ପାଲଟିଛି।

ଆଗରୁ ଯେମିତି ବେପାର ହେଉଥିଲା ଏବେ ସେମିତି ହେଉନି। ପୂର୍ବରୁ ଦିନକୁ ୪ହଜାର ପର୍ଯ୍ୟନ୍ତ ବେପାର ହେଉଥିବାବେଳେ ଏବେ ୩ହଜାର ଛୁଇଁବା ମୁସ୍କିଲ ହୋଇପଡ଼ିଛି। ଖରା କାରଣରୁ ରାତି ୪ଟାରୁ ପ୍ରସ୍ତୁତ ହେଉଥିବା ଦହିବରା ଆଳୁଦମ୍‌ ଦିନ ୨ଟା ବେଳକୁ ନଷ୍ଟ ହୋଇଯାଉଛି। ଫଳରେ ବହୁତ କ୍ଷତି ସହିବାକୁ ପଡ଼ୁଛି।
ରାହୁଲ ପରିଡ଼ା, ଦହିବରା ବ୍ୟବସାୟୀ
ଖରା କାରଣରୁ ଅଧିକାଂଶ ଲୋକ ଦିନବେଳେ ବାହାରକୁ ବାହାରୁ ନାହାନ୍ତି। ରାସ୍ତା ପାର୍ଶ୍ୱରେ ପରିବା ବ୍ୟବସାୟ କରୁଥିବାରୁ ପୂର୍ବାହ୍ନ ୧୦ଟା ପରେ ବ୍ୟବସାୟ ହୋଇପାରୁ ନାହିଁ। ଅତ୍ୟଧିକ ଖରା କାରଣରୁ ପରିବା ପଚି ଶଢ଼ି ଯାଉଛି। ପରିବା ନଷ୍ଟ ହୋଇଯାଉଥିବାରୁ ଦର ମଧ୍ୟ ବୃଦ୍ଧି ପାଉଛି। ତେଣୁ ଲୋକେ କମ୍‌ କିଣୁଛନ୍ତି। ତରଭୁଜ ବେପାର ବି ମଧ୍ୟ ସେତେଟା ହେଉନାହିଁ। କହିବାକୁ ଗଲେ ଖରା ଯୋଗୁ ବେପାର ପୂରା ମାନ୍ଦା ହୋଇଯାଇଛି।
ମିଲୁ ମହାନ୍ତି,ପରିବା ବ୍ୟବସାୟୀ
ତ୍ରିଶୂଳିଆ ବ୍ରିଜ୍‌ ଦେଇ ଦୈନିକ ହଜାର ହଜାର ଲୋକ ଯାତାୟାତ କରନ୍ତି। ହେଲେ ଖରା କାରଣରୁ ଦିନବେଳା ସେତେ ଲୋକ ଯିବା ଆସିବା କରୁନାହାନ୍ତି। ଆଗରୁ ଦିନକୁ ୧୦୦ରୁ ୧୫୦ ପଇଡ଼ ବିକ୍ରି ହେଉଥିବା ବେଳେ ଏବେ ୬୦ଟି ପଇଡ଼ ବି ବିକ୍ରି ହେଉନି। ଲୋକେ ଏବେ ପଇଡ଼ ଅପେକ୍ଷା ଥଣ୍ଡା ପାନୀୟ ଦୋକାନରେ ଭିଡ଼ ଜମାଉଛନ୍ତି। ତେଣୁ ବ୍ୟବସାୟ ପାଖାପାଖି ଅଧା ହୋଇଯାଇଛି।
ପିଣ୍ଟୁ ବାରିକ, ପଇଡ଼ ବ୍ୟବସାୟୀ


Enter your email to get our daily news in your inbox.

All Right Reserved By Dharitri.Com

୪ ଜମି ଅଧିଗ୍ରହଣ ଅଧିକାରୀ ନିଲମ୍ବିତ

ଯାଜପୁର,୧୮ା୧୦(ହର୍ଷବର୍ଦ୍ଧନ ବେହେରା): ରାଜ୍ୟର ଦ୍ୱିତୀୟ ସର୍ବବୃହତ୍‌ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ରେଙ୍ଗାଲି ବହୁମୁଖୀ ଯୋଜନା ଦ୍ୱାରା ଯାଜପୁର ଜିଲାର ୪୬,୬୦୦ ହେକ୍ଟର ଜମିରେ ଜଳସେଚନ...

ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ମିଳିଲା ୧୨ଟି ପାଟ୍ରୋଲିଂ ଗାଡ଼ି, ୫ବର୍ଷରେ ଅଭୟାରଣ୍ୟକୁ ଆସିବେ ୧୪ ବାଘ

ଭୁବନେଶ୍ୱର, ୧୮ା୧୦ (ବନ୍ଦନା ସେଠୀ): ଜୀବଜନ୍ତୁଙ୍କ ସୁରକ୍ଷାରେ ନିୟୋଜିତ ହେବ ପାଟ୍ରୋଲିଂ ଭ୍ୟାନ୍‌। ବିଶେଷକରି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ସୁରକ୍ଷା ପାଇଁ ଆଧୁନିକ ଯାନର ବ୍ୟବସ୍ଥା...

ଟାସ୍କଫୋର୍ସ ପୁନର୍ଗଠନ କଲେ ରାଜ୍ୟ ସରକାର, ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ ଶିକ୍ଷାନୀତି

ଭୁବନେଶ୍ୱର,୧୮।୧୦: ଜାତୀୟ ଶିକ୍ଷା ନୀତି-୨୦୨୦କୁ ଓଡ଼ିଶାରେ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଗୁରୁବାର ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ପୁନର୍ଗଠନ ସହ...

ବଦଳିଲେ ୭୦ରୁ ଅଧିକ ତହସିଲଦାର

ଭୁବନେଶ୍ୱର, ୧୮ା୧୦: ରାଜ୍ୟରେ ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ସରକାର। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ...

କୋଷ୍ଟ ଗାର୍ଡ ଡିଆଇଜି, ପନ୍ତ୍ରୀଙ୍କୁ ଦୁର୍ବ୍ୟବହାର, ନୟାପଲ୍ଲୀ ଥାନାରେ ଏତଲା

ଭୁବନେଶ୍ୱର,୧୮ା୧୦(ସତ୍ୟଜିତ୍‌ ରାଉତ): କୋଷ୍ଟଗାର୍ଡ ଡିଆଇଜି ସତ୍ୟ ରଞ୍ଜନ ଦାସ ଓ ତାଙ୍କ ପତ୍ନୀ ନୟାପଲ୍ଲୀ ଥାନା ଅନ୍ତର୍ଗତ କଳିଙ୍ଗ ଷ୍ଟାଡିଅମ୍‌ ଟ୍ରାଫିକ୍‌ ପୋଷ୍ଟ ନିକଟରେ ଗୁରୁବାର...

OSSSC ଦ୍ଵାରା କମ୍ପ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ବିବାଦ, ସରକାର ନେଲେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର, ୧୮ା୧୦: ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ଏସ୍‌ସି) ଦ୍ୱାରା କମ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ୨୦୨୪ର ଫରେଷ୍ଟର, ଫରେଷ୍ଟ ଗାର୍ଡ, ଆର୍‌ଆଇ, ଅମିନ ଆଦି...

୨୩ରୁ ଏସବୁ ଜିଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ): ବିଲରେ ଧାନ ବାହାରିବାକୁ ବସିଲାଣି। ଚାଷୀକୁଳ ଅସରାଏ ବର୍ଷାକୁ ଚାହିଁ ରହିଛନ୍ତି। ବର୍ଷା ହେଲେ ବିଲରେ ସୁନା ଫଳିବ। ବର୍ଷକର ପରିଶ୍ରମ ଚାଷୀଙ୍କୁ...

କାର୍ତ୍ତିକ ଆରମ୍ଭରୁ ଅସମ୍ଭାଳ, ଛୁଇଁହେଉନି ପରିବା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ): ପାର୍ବଣରେ ମହଙ୍ଗାମାଡ଼ ଖାଉଟିଙ୍କ ହର୍ଷୋଲ୍ଲାସକୁ ଫିକା କରିଦେଇଛି। ଆଳୁ, ପିଆଜ ଓ ତେଲ ସମେତ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀଗୁଡ଼ିକ ପୂର୍ବରୁ ଚଢ଼ାଦରରେ ବିକ୍ରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri