Categories: ଜାତୀୟ

ପ୍ରାଣଘାତି ସାଜିଛି ହିଟ ଓ୍ବେଭ! ତିନି ରାଜ୍ୟରେ ୧୦୦ରୁ ଅଧିକ ମୃତ୍ୟୁ, ଡରାଉଛି ୟୁପିର ସଂଖ୍ୟା

ନୂଆଦିଲ୍ଲୀ,୧୯।୬: ଜଳୁଛି ଉତ୍ତର ଭାରତ। ଦେଶର ଅଧିକାଂଶ ସ୍ଥାନରେ ଏବେ ହିଟ ଓ୍ବେଭ ପ୍ରାଣଘାତି ହୋଇଯାଇଛି। ସକାଳ ୭ଟା ପରଠାରୁ ବାହାରକୁ ବାହାରିବା ମୁସ୍କିଲ ହୋଇ ପଡିଛି। ଏବେ କିଛିଦିନ ହେବ ଉତ୍ତର ପ୍ରଦେଶ, ବିହାର ଓ ଓଡ଼ିଶାର ଗ୍ରୀଷ୍ମ ପ୍ରବାହ ସମସ୍ତଙ୍କୁ ଚମକାଇ ଦେଇଛି। ଏହି ତିନି ରାଜ୍ୟରେ ଏବେ ଅଂଶୁଘାତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି।
ବିହାର, ଉତ୍ତର ପ୍ରଦେଶ ଓ ଓଡ଼ିଶାରେ ଗରମ ଓ ଲୁ ଯୋଗୁ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଉତ୍ତର ପ୍ରଦେଶରେ ରବିବାର ସୁଦ୍ଧା ମୌସୁମୀ ପହଞ୍ଚିବା କଥା। ହେଲେ ଏବେ ଜଣାପଡିଛି କି ଜୁନ ୨୯ ପରେ ଉତ୍ତର ପ୍ରଦେଶକୁ ମୌସୁମୀ ଆସିପାରେ। ଏବେ ଏହି ଦିନେ ୨ ଦିନ ପୁଣିଥରେ ଲୋକେ ଭିଷଣ ଗରମରେ ଆଉଟୁ ପାଉଟୁ ହେବେ ବୋଲି ପାଣିପାଗ ବିଭାଗ ସତର୍କ କରାଇ ଦେଇଛି।

Share