ଖରାରେ କାମ କରାଇଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ, ସତର୍କ କଲେ ଏସ୍‌ଆରସି

ଭୁବନେଶ୍ୱର,୩୧।୫: ହିଟ୍‌ୱେଭ ନେଇ ସତର୍କ କଲେ ଏସ୍‌ଆରସି ସତ୍ୟବ୍ରତ ସାହୁ। ପାଣିପାଗ ବିଭାଗର ଆକଳନ ଅନୁସାରେ ଆଗାମୀ ୩ ଦିନ ହିଟ୍‌ୱେଭ ଜାରି ରହିବ। ହିଟ୍‌ୱେଭ ପାଇଁ ପିକ ଆୱାରରେ ବାହାରକୁ ବାହାରନ୍ତୁ ନାହିଁ ବୋଲି ପରାମର୍ଶ ଦିଆଯାଇଛି। ଏପରିକି ଯିଏ ନିୟମ ଉଲ୍ଲଘଂନ କରିବ ତା’ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ବତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ସୂଚନା ଦେଇଛନ୍ତି ।

ସୂଚନାନୁଯାୟୀ, ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଖରାରେ କାମ କରାଇବା ମନା କରାଯାଇଛି। ଖରାରେ କାମ କରାଇଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ।ଗୁରୁବାର ସୁନ୍ଦରଗଡ଼ ଜିଲାରୁ ୧୨, ଝାରସୁଗୁଡ଼ାରୁ ୬ଟି ମୃତ୍ୟୁ ଅଭିଯୋଗ ଆସିଛି। ଅଂଶୁଘାତ ମୃତ୍ୟୁ କି ନୁହେଁ, ତଦନ୍ତ କାର୍ଯ୍ୟ ସରିଲା ପରେ ସ୍ପଷ୍ଟ ହେବ।

Share