ଗଞ୍ଜାମ,୨୨ା୮(ଡି.ଏନ୍.ଏ.): କିଛିଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଗଞ୍ଜାମ ବ୍ଲକ ଅଞ୍ଚଳରେ ବ୍ୟାପକ ଫସଲ କ୍ଷତି ହୋଇଥିବା ଜଣାପଡ଼ିଛି। ବିଶେଷକରି ଧାନ ଓ ପନିପରିବା ବର୍ଷା ଜଳ ଯୋଗୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଫସଲ ଅମଳ ସମୟରେ ଚାଷଜମିରେ ପାଣି ଜମି ପନିପରିବା ପଚି ନଷ୍ଟ ହୋଇଛି। ସେଥିରୁ ଯାହା ବାହାରେ ଚାଷୀ ବଜାରରେ ଆଣି ବିକ୍ରି କରେ। ଏଥିପାଇଁ ପନିପରିବା ଦର ଗଞ୍ଜାମ ସହରରେ ଆକାଶ ଛୁଆଁ ହୋଇଛି। ସଜନା ଛୁଇଁ, ବିନ୍ସ କିଲୋ ପିଛା ୧୦୦ ଟଙ୍କାରେ ବିକ୍ରି ହେଉଥିବl କାଙ୍କଡ଼ ୬୦, ପୋଟଳ ୬୦ ଫୁଲକୋବି ୮୦, ବାଇଗଣ ୫୦ରେ ବିକ୍ରି ହେଉଛି l ଏଥିସହ ନିତ୍ୟ ଅପରିହାର୍ଯ୍ୟ ଆଳୁ ଓ ପିଆଜ କିଲୋ ପିଛା ୩୦ ଟଙ୍କାରେ ବିକ୍ରି ହେଉଛି l ଯାହା ଖାଉଟିଙ୍କ କ୍ଷେତ୍ରରେ ସମସ୍ୟା ସୃଷ୍ଟି କରିଛି।