ନିରାକାରପୁର ରେଳ ଫାଟକରେ ପ୍ରବଳ ଭିଡ଼

ନିରାକାରପୁର,୨୬ା୬(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ଉପର ବଜାରଠାରେ ଥିବା ରେଳବାଇ ଫାଟକଟିରେ ଦୈନିକ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହେଉଛି। ଏହା ଯୋଗୁ ଆମ୍ବୁଲାନ୍ସଠାରୁ ଆରମ୍ଭ କରି ସ୍କୁଲ, କଲେଜ ଛାତ୍ରୀଛାତ୍ର ଦୈନିକ ବାଇକ କାର୍‌ ଅନ୍ୟ ଗାଡ଼ି ଯୋଗେ ଏହି ଗେଟ୍‌ ଦେଇ ଯାତ୍ରା କରୁଥିବା ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ଦକ୍ଷିଣାଞ୍ଚଳ ଓ ପଶ୍ଚିମାଞ୍ଚଳରୁ ଏହି ରାସ୍ତା ଦେଇ ଶ୍ରୀକ୍ଷେତ୍ର ପୁରୀ ଟିକିଏ ପାଖ ହୋଇଥିବାରୁ ଦୈନିକ ଉକ୍ତ ଫାଟକ ଦେଇ ଅନେକ ଗାଡ଼ି ଚଳାଚଳ କରୁଛି। ଚଳିତ ବର୍ଷର ଘୋଷଯାତ୍ରା ଏଇ କିଛି ଦିନ ଭିତରେ ହେବ। ଏହି ସମୟରେ ମଧ୍ୟ ଆହୁରି ଭିଡ଼ ହେବାର ଆଶଙ୍କା କରାଯାଉଛି। ତେଣୁ ଏଠାରେ ଟ୍ରାଫିକ୍‌ ବ୍ୟବସ୍ଥା କରିବା ସହିତ ଶୀଘ୍ର ଓଭର ବ୍ରିଜ୍‌ କରିବା ପାଇଁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୁମ୍ଭୀର ଆକ୍ରମଣରେ ବାଳକର ମୃତ୍ୟୁ ଘଟଣା; ମୁଖ୍ୟମନ୍ତ୍ରୀଙ୍କ ଗଭୀର ଶୋକ

ଭୁବନେଶ୍ୱର,୨୯ା୬(ଅସମାପିକା ସାହୁ): ଅନୁଗୁଳ ଜିଲାର ଟିକରପଡା ଠାରେ ମହାନଦୀରେ କୁମ୍ଭୀର ଆକ୍ରମଣରେ ଗୋଟିଏ ବାଳକର ମୃତ୍ୟୁ ଘଟଣା ରେ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର...

ନଦୀକୂଳରେ ଖେଳୁଥିବା ବେଳେ ନାବାଳକଙ୍କୁ ଟାଣିନେଲା କୁମ୍ଭୀର

ଅନୁଗୋଳ,୨୯ା୬: ଅନୁଗୋଳରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ଜଣେ ୮ ବର୍ଷର ନାବାଳକଙ୍କୁ ମହାନଦୀକୁ ଟାଣି ନେଇଥିଲା କୁମ୍ଭୀର। ଟିକରପଡ଼ା ମହାନଦୀ କୂଳରେ ନାବାଳକ...

ଅନ୍‌ଲାଇନ ବେଟିଂ ଆଡ୍ଡାରେ ପୋଲିସ ଚଢ଼ାଉ: ଧରାପଡ଼ିଲେ ଦୁଇ ଅଭିଯୁକ୍ତ

ଦିଗପହଣ୍ଡି,୨୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଜନତା ଲେନରେ ଚାଲିଥିବା ବେଆଇନ କ୍ରିକେଟ୍‌ ବେଟିଂ ଆଡ୍ଡା ଉପରେ ଦିଗପହଣ୍ଡି ପୋଲିସ ଆଇଆଇସି ବାବାଶଙ୍କର ସରାଫ...

ଶିକ୍ଷକଙ୍କୁ ତାଲା ପକାଇଲେ ଅଭିଭାବକ

ନୀଳଗିରି,୨୯।୬: ବାଲେଶ୍ୱର ଜିଲା ନୀଳଗିରି ଥାନା ରାଉଳଖୁଣ୍ଟା ପ୍ରାଥମିକ ବିଦ୍ୟାଳୟରେ ଅବ୍ୟବସ୍ଥା ପ୍ରତିବାଦରେ ଶନିବାର ସ୍କୁଲରେ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ତାଲା ପକାଇ ଅଭିଭାବକ ଆନ୍ଦୋଳନ କରିଛନ୍ତି।...

ସ୍ବାମୀଙ୍କୁ ହତ୍ୟା କରିଥିଲେ ସ୍ତ୍ରୀ, ପ୍ରେମିକ: ଆସିଲା କୋର୍ଟଙ୍କ

ସୁନ୍ଦରଗଡ,୨୯।୬(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସହର ବ୍ରାହ୍ମଣପଡା ଗତିକୃଷ୍ଣ ପୁରୋହିତ ହତ୍ୟା ମାମଲାର ରାୟ ଶୁକ୍ରବାର ପ୍ରକାଶ ପାଇଛି। ଜିଲା ଦୌରାଜଜ୍‌ ଶୁଭଦର୍ଶୀ ପଟ୍ଟନାୟକ ଏହି...

ସ୍କୁଲ ମଧ୍ୟାହ୍ନଭୋଜନରେ ପୋକରା ଚାଉଳ ଭାତ

ନନ୍ଦାହାଣ୍ଡି,୨୯।୬ (ପ୍ରତୀପ କୁମାର ଦାଶ): ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନଭୋଜନ ଦେବା ସରକାରଙ୍କ ଏକ ମହତ ଯୋଜନା। ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା...

ଆମ୍ବ, ନଡ଼ିଆ, କାଜୁ ବଗିଚା ନାଁରେ ଅର୍ଥ ଆତ୍ମସାତ୍‌

କୋରେଇ,୨୯।୬(ଚନ୍ଦ୍ରକାନ୍ତ ପତି): କୋରେଇ ବ୍ଲକର ବିଭିନ୍ନ ପଞ୍ଚାୟତ ତଥା ଗାଁ ଗହଳିର ହିତାଧିକାରୀଙ୍କ ନାମରେ ଆମ୍ବ, ନଡ଼ିଆ, କାଜୁ ଆଦି ମିଥ୍ୟା ବଗିଚା ସୃଷ୍ଟି କରି...

ଧାନ ଖାଇଲେ, କାଦୁଅରେ ଗଡ଼ିଲେ

ପାଟଣା,୨୯ା୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ପାଟଣା ସେକ୍ସନରେ ୨୭ ଟିକିଆ ଝାଡ଼ଖଣ୍ଡୀ ହାତୀପଲଙ୍କ ଉପଦ୍ରବ ଥମୁନି। ମାଳିରପଶି ବିଟ୍‌ ଏରେଣ୍ଡେଇ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri