ପଶୁପତିନାଥ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼

କାଠମାଣ୍ଡୁ,୧୮ା୨: ଆଜି ଅର୍ଥାତ୍‌ ଫେବୃୟାରୀ ୧୮ରେ ଜାଗର ଉପଲକ୍ଷେ ଭକ୍ତମାନେ ଭୋଳନାଥଙ୍କୁ ଦର୍ଶନ କରୁଛନ୍ତି। ଭାରତର ପଡ଼ୋଶୀ ଦେଶ ନେପାଳର ପଶୁପତିନାଥ ମନ୍ଦିର ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇଛି। ଏହି ବିଶ୍ୱ ପ୍ରସିଦ୍ଧ ମନ୍ଦିରରେ ଜାଗର ଉପଲକ୍ଷେ ଭକ୍ତମାନଙ୍କର ଲମ୍ବା ଧାଡ଼ି ଲାଗିଛି।

ରାତି ୩ଟାରୁ ମନ୍ଦିରର ଦ୍ୱାର ଫିଟିଥିଲା। ଶିବରାତ୍ରିରେ ବହୁ ସଂଖ୍ୟାରେ ଭକ୍ତଙ୍କ ଭିଡ଼ ସମ୍ଭାବନାକୁ ଦୃଷ୍ଟିରେ ରଖି ପଶୁପତି କ୍ଷେତ୍ର ବିକାଶ ପକ୍ଷରୁ ଶନିବାର ମନ୍ଦିରର ସମସ୍ତ ୪ଟି ଫାଟକ ଖୋଲାଯାଇଥିଲା। ଭକ୍ତମାନେ ବାହାରେ ଲମ୍ବା ଧାଡ଼ିରେ ଠିଆ ହୋଇ ମୁଖ୍ୟ ମନ୍ଦିରରେ ପହଞ୍ଚିବା ପାଇଁ ଅପେକ୍ଷା କରିଛନ୍ତି।

ଭକ୍ତଙ୍କ ତତ୍ପରତାକୁ ନିୟନ୍ତ୍ରଣ କରିବା ପାଇଁ ଆଗୁଆ ବ୍ୟବସ୍ଥା କରାଯାଇଥିଲା। ଏଥିପାଇଁ ପ୍ରାୟ ୫୦୦୦ ସୁରକ୍ଷାକର୍ମୀ ଏବଂ ୪୦୦୦ ସ୍ବେଚ୍ଛାସେବୀ ନିୟୋଜିତ ହୋଇଛନ୍ତି।

Share