ବଲାଙ୍ଗୀରର ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼, ଡଙ୍ଗା ଭସାଇ…

ବଲାଙ୍ଗୀର,୧୫ା୧୧(ସୁନୀଲ କୁମାର ମହାନ୍ତି): ପାଞ୍ଚଦିନ ଧରି ପବିତ୍ର ପଞ୍ଚକ ପାଳିତ ହେବା ପରେ ଶୁକ୍ରବାର ଉତ୍ସାହର ସହ କାର୍ତ୍ତିକ ପୂର୍ଣ୍ଣିମା ପାଳିତ ହୋଇଛି। ଏହି ଅବସରରେ ବଲାଙ୍ଗୀର ସହରର ବିଭିନ୍ନ ପୁଷ୍କରିଣୀରେ ଶ୍ରଦ୍ଧାଳୁମାନେ ବୁଡ଼ ପକାଇ ବୋଇତ ବନ୍ଦାଣ କରିବା ସହ ସହ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ଶ୍ରଦ୍ଧାଳୁମାନେ କଦଳୀ, ସୋଲ ଓ କାଗଜରେ ତିଆରି ଡଙ୍ଗାଗୁଡ଼ିକରେ ଦୀପ ସହିତ ପାନଗୁଆ ରଖି ପୂଜାର୍ଚ୍ଚନା କରି ଜଳରେ ଭସାଇଥିଲେ। ବଲାଙ୍ଗୀର ସହରର ନରସିଂହ ମନ୍ଦିର, ଲୋକନାଥ ମହାଦେବ ମନ୍ଦିର, ସମଲେଶ୍ୱରୀ, ପାଟଣେଶ୍ୱରୀ ମନ୍ଦିର, ଖୁଜେନପାଲି ମନ୍ଦିର, ଯୋଗୀସର୍ଡା ଶ୍ରୀ ଶ୍ରୀ ଯୋଗେଶ୍ୱର ଦେବାଳୟରେ ଶ୍ରଦ୍ଧାଳୁମାନଙ୍କ ଲମ୍ବା ଧାଡ଼ି ଦେଖୁବାକୁ ମିଳିଥିଲା। କାର୍ତ୍ତିକ ପୂର୍ଣ୍ଣିମା ପାଇଁ ବିଭିନ୍ନ ମନ୍ଦିର କମିଟି ପକ୍ଷରୁ ଭକ୍ତଙ୍କ ଲାଗି ସମସ୍ତ ପ୍ରକାର ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଥିଲା। ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲା ପୋଲିସ ପକ୍ଷରୁ ବିଭିନ୍ନ ଘାଟ ଓ ମନ୍ଦିରରେ ଉଭୟ ମହିଳା ଓ ପୁରୁଷ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଥିଲା।

Share