Categories: ଜାତୀୟ

ବ୍ୟାୟାମ କରିବା ଯୁବକଙ୍କୁ ପଡ଼ିଲା ମହଙ୍ଗା: ଜାଣନ୍ତୁ…

ନୂଆଦିଲ୍ଲୀ, ୧୫।୮: ଏକ୍ସରସାଇଜ୍‌ ବା ବ୍ୟାୟାମ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଏଥିପାଇଁ ତାଙ୍କୁ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଛି। ବିଶ୍ୱାସ ହେଉ ନ ଥିଲେ ମଧ୍ୟ ଏହା ସତ।
ଦିଲ୍ଲୀର ଜଣେ ୧୮ ବର୍ଷୀୟ ଯୁବକ ଲକ୍ଷ୍ୟ ପ୍ରତିଦିନ ଜିମ୍‌ ଯାଉଥିଲେ। ମାତ୍ର ଲକ୍‌ଡାଉନ୍‌ ଯୋଗୁ ସବୁ ଜିମ୍‌ ବନ୍ଦ ହୋଇଯିବାରୁ ସେ ଆଉ ଯାଇପାରିଲେ ନ ଥିଲେ। ଘରେ ମଧ୍ୟ ସେମିତି କିଛି ବ୍ୟାୟାମ କଲେ ନାହିଁ। ଲକ୍‌ଡାଉନ୍‌ କୋହଳ ହେବାରୁ ଯେତେବେଳେ ଜିମ୍‌ ଖୋଲିଲା ଲକ୍ଷ୍ୟ ଜିମ୍‌ ଗଲେ। ଗୋଟିଏ ଦିନରେ ମାସକଯାକର ବ୍ୟାୟାମ କରିବାକୁ ଚାହିଁଲେ। ଯାହା ଫଳରେ ତାଙ୍କ କିଡନୀ ଉପରେ ଏହାର ପ୍ରଭାବ ପଡ଼ିଲା। ଫଳରେ ତାଙ୍କୁ ହସ୍ପିଟାଲରେ ଆଇସିୟୁରେ ଭର୍ତ୍ତି ହେବାକୁ ପଡ଼ିଲା।
ଏ ନେଇ ଲକ୍ଷ୍ୟଙ୍କ ମା’ କୁହନ୍ତ, ଜିମ୍‌ରେ ବ୍ୟାୟାମ କରିବାର କିଛି ସମୟ ପରେ ସେ ଅସୁସ୍ଥ ହୋଇପଡ଼ିଲେ। ୩ ଦିନ ପର୍ଯ୍ୟନ୍ତ ତାଙ୍କର ପରିସ୍ରା ହେଲା ନାହିଁ। ହସ୍ପିଟାଲ ନେବାରୁ ତାଙ୍କ କିଡ୍‌ନୀରେ ଖରାପ ପ୍ରଭାବ ପଡ଼ିଛି। ଖୁବ୍‌ ଶୀଘ୍ର ଡାଏଲିସିସ୍‌ କରିବାକୁ ପଡ଼ିବ ବୋଲି ଡାକ୍ତର କହିଥିବା ତାଙ୍କ ମା’ ଜଣାଇଛନ୍ତି।

Share