ଗ୍ୟାସ ଷ୍ଟେଶନ ବିସ୍ଫୋରଣରେ ଥରି ଉଠିଲା ୟମନର ରାଜଧାନୀ

ସନା,୪।୯: ୟମନର ରାଜଧାନୀ ସନାରେ ରବିବାର ରାତିରେ ଏକ ଗ୍ୟାସ ଷ୍ଟେଶନରେ ବିସ୍ଫୋରଣ ହୋଇଛି, ଫଳରେ ସାରା ସହର ଦୋହଲି ଯାଇଛି। ଅଧିକାରୀ ତଥା ପ୍ରତ୍ୟେକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ ହୌତି ନିୟନ୍ତ୍ରିତ ୟେମେନର ରାଜଧାନୀ ସାନାର ଏକ ଗ୍ୟାସ ଷ୍ଟେଶନରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ନିକଟରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା।
ରାଜଧାନୀର ଉତ୍ତର-ପୂର୍ବ ଭାଗରେ ଥିବା ଅଲ-ଖୁରାଫି ସାମରିକ ଶିବିର ନିକଟରେ ଅବସ୍ଥିତ ସାନାର ମୁଫାଜଜର ଗ୍ୟାସ ଷ୍ଟେଶନରେ ଏହି ବିସ୍ଫୋରଣ ଘଟିଛି। ହୌତି ବାହିନୀ ଦୁର୍ଘଟଣାର ସମଗ୍ର ଅଞ୍ଚଳକୁ ଘେରି ରହିଥିଲେ। ଘଟଣା ଜଣା ପଡିବା ମାତ୍ରେ ଉଦ୍ଧାରକାରୀମାନେ ତୁରନ୍ତ ପ୍ରତିକ୍ରିୟା ପ୍ରକାଶ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ।
ଶିହ୍ନୁଆ ନ୍ୟୁଜ ଏଜେନ୍ସି ରିପୋର୍ଟ କରିଛି ଯେ ରବିବାର ରାତିରେ ପ୍ରତ୍ୟେକ୍ଷଦର୍ଶୀମାନେ କହିଛନ୍ତି ଯେ ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଆମେ ବଧିର ଅନୁଭବ କରିଥିଲୁ। ବିସ୍ଫୋରଣର ଶବ୍ଦ ସାରା ସହରରେ ଶୁଣିବାକୁ ମିଳିଥିଲା। ବର୍ତ୍ତମାନ ଦୁର୍ଘଟଣାରେ କେହିି ଆହତ ହେବାର ଖବର ଜଣାପଡି ନାହିଁ।

Share