ଆଫଗାନିସ୍ତାନରେ ପ୍ରବଳ ବନ୍ୟା: ୨୦ ମୃତ

କାବୁଲ, ୨୧ା୮: ଆଫଗାନିସ୍ତାନର ଲୋଗାର ପ୍ରଦେଶରେ ଲଗାଣ ବର୍ଷା ଯୋଗୁ ଖୋସି ଜିଲାରେ ବନ୍ୟା ହୋଇଛି। ଏଥିରେ ୨୦ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ରହିଛନ୍ତି। ପ୍ରାୟ ୩ ହଜାରରୁ ଊର୍ଦ୍ଧ୍ୱ ଘର କ୍ଷତିଗ୍ରସ୍ତ ହୋଇଛି। ଗତ ସପ୍ତାହରେ ଆଫଗାନିସ୍ତାନର ଉତ୍ତର ଭାଗରେ ବନ୍ୟା ଯୋଗ ଅନୂ୍ୟନ ୩୨ ଜଣଙ୍କ ମୃତ୍ୟୁ ଘଟିଥିଲା। ଯୁଦ୍ଧ ପ୍ରଭାବିତ ଏହି ଦେଶରେ ପ୍ରତି ବର୍ଷ ପ୍ରାକୃତିକ ବିପର୍ଯ୍ୟୟ ଲୋକଙ୍କ ଦୁର୍ଦ୍ଦଶା ବଢ଼ାଉଛି। ପ୍ରତ୍ୟେକ ବର୍ଷ ଏଥିଯୋଗୁ ୨ ଲକ୍ଷ ଲୋକ ପ୍ରଭାବିତ ହେଉଛନ୍ତି।

Share