ଆଫଗାନିସ୍ତାନରେ ପ୍ରବଳ ବନ୍ୟା: ୪୭ ମୃତ, ୫୭ ଆହତ

ଇସଲାମାବାଦ,୨୮ା୭: ପ୍ରବଳ ବନ୍ୟା ଯୋଗୁ ଆଫଗାନିସ୍ତାନରେ ହାହାକାର ସୃଷ୍ଟି ହୋଇଛି। ଗତ ସପ୍ତାହରେ ଦେଶରେ ବନ୍ୟା ଯୋଗୁ ଅତି କମ୍‌ରେ ୪୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୭ ଜଣ ଆହତ ହୋଇଛନ୍ତି। ସେଠାରେ ୪୧ ଜଣ ନିଖୋଜ ଅଛନ୍ତି। ତାଲିବାନ ନେତୃତ୍ୱାଧୀନ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରଣାଳୟର ମୁଖପାତ୍ର ଶାଫିଲ୍ଲା ରହିମ ଏହି ସୂଚନା ଦେଇଛନ୍ତି।

Share