Categories: ଜାତୀୟ

ଘନ କୁହୁଡ଼ି: ବିମାନ ଉଡ଼ାଣ ବାତିଲ, ରେଳ ସେବା ବ୍ୟାହତ, ଏକ୍ସପ୍ରେସ୍‌ ଓ୍ବେରେ ୨୫ ଗାଡ଼ି ଦୁର୍ଘଟଣା

ନୂଆଦିଲ୍ଲୀ,୧୬।୧: ଘନ କୁହୁଡି ଯୋଗୁ ଦିଲ୍ଲୀ ଏନ୍‌ସିଆର୍‌ରେ ସଙ୍କଟ ସୃଷ୍ଟି ହୋଇଛି। ୨-୩ ମିଟର ଦୂରରୁ ଦେଖିବା ମଧ୍ୟ ସମ୍ଭବ ହେଉ ନାହିଁ। ସୁରକ୍ଷା ଦୃଷ୍ଟିରୁ କେତେକ ବିମାନର ଉଡ଼ାଣକୁ ବାତିଲ କରାଯାଇଛି। ସେହିପରି ଟ୍ରେନ୍‌ ଚଳାଚଳ ମଧ୍ୟ ବ୍ୟାହତ ହୋଇଛି। ୨୪ ଟ୍ରେନ୍‌ ଗନ୍ତବ୍ୟ ପଥରେ ନିର୍ଦ୍ଧାରିତ ସମୟଠାରୁ ପଛୁଆ ଚାଲୁଥିବା ଜଣାପଡ଼ିଛି। ଲକ୍ଷ୍ନୌ, ଦିଲ୍ଲୀ ଏବଂ ଅମୃତସରରେ ଘନ କୁହୁଡ଼ି ଯୋଗୁ ଟ୍ରାଫିକ୍‌ ଚଳାଚଳରେ ବାଧା ଉପୁଜିଛି। ଗାଜିଆବାଦ୍‌ର ଇଷ୍ଟର୍ନ ପେରିଫେରଲ ଏକ୍ସପ୍ରେସ୍‌ ଓ୍ବେରେ ଲୋ ଭିଜିବିଲିଟି ଯୋଗୁ ୨୫ ଗାଡ଼ି ମଧ୍ୟରେ ଧକ୍କା ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ଘଟଣାସ୍ଥଳରେ ପୋଲିସ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହିତ ଟ୍ରାଫିକ୍‌ ନିୟନ୍ତ୍ରଣ ଆରମ୍ଭ କରିଛନ୍ତି।

Share