ଆଜି ଟୁଇନ୍‌ ସିଟିରେ ଘନ କୁହୁଡ଼ି, ମୁହଁକୁ ମୁହଁ ଦେଖାଯାଉନି

ଭୁବନେଶ୍ୱର,୧୨।୨(ବ୍ୟୁରୋ): ଶୁକ୍ରବାର ସକାଳେ ଟୁଇନ୍‌ ସିଟି ଅର୍ଥାତ୍‌ କଟକ ଭୁବନେଶ୍ୱରରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା। ସକାଳୁ ଅତି ନିକଟରୁ ମଧ୍ୟ ମୁହଁକୁ ମୁହଁ ଦେଖାଯାଉନି। ଫଳରେ ଯାତାୟାତରେ ବାଧା ସୃଷ୍ଟି ହୋଇଛି।
ସେହିପରି ରାଜ୍ୟର ବିଭିନ୍ନ ଜିଲାରେ ମଧ୍ୟ କୁହୁଡ଼ି ହୋଇଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। କେନ୍ଦ୍ରାପଡ଼ା, ଯାଜପୁର, କଟକ, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, କନ୍ଧମାଳ, ଢେଙ୍କାନାଳ, ଅନୁଗୋଳ, ଜଗତସିଂହପୁର, ଭଦ୍ରକ ଆଦି ଜିଲାରେ ଘନକୁହୁଡ଼ିକୁ ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।

Share