୧୩ ଜିଲାରେ ପ୍ରବଳ କୁହୁଡ଼ି ସମ୍ଭାବନା, ପାଣିପାଗ ବିଭାଗର ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୨୭ା୧୨(ବ୍ୟୁରୋ): ରାଜ୍ୟରୁ ହଠାତ୍‌ ଗାଏବ ହୋଇଯାଇଛି ଶୀତ। ରାତ୍ରିର ସର୍ବନିମ୍ନ ତାପମାତ୍ରା ୨୨ ଡିଗ୍ରୀ ସେଲ୍‌ସିୟସ ଛୁଇଁଛି। ଏଥିସହିତ ଦିନର ସର୍ବୋଚ୍ଚ ତାପମାତ୍ରା ମଧ୍ୟ ୩୨ ଡିଗ୍ରୀ ଉପରେ ରହିଛି। ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଗୁରୁଚାପ ଯୋଗୁ ରାଜ୍ୟ ଭିତରକୁ ପ୍ରଚୁର ପରିମାଣରେ ଜଳୀୟ ବାଷ୍ପ ପ୍ରବେଶ କରୁଛି। ଏଥିଯୋଗୁ ତାପମାତ୍ରା ବଢ଼ିବା ସହ ଗତ କିଛିଦିନ ହେବ ରାଜ୍ୟର ବିଭିନ୍ନ ଭାଗରେ କୁହୁଡ଼ି ବଢ଼ିଯାଇଛି। ଆସନ୍ତା ୨/୩ ଦିନ ଯାଏ କୁହୁଡ଼ି ପରିମାଣ ବଢ଼ିବ ବୋଲି ପାଣିପାଗ ବିଭାଗ ସତର୍କ କରିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅନୁଗୋଳ, ଢେଙ୍କାନାଳ, କଟକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ଭଦ୍ରକ, କଳାହାଣ୍ଡି, ଯାଜପୁର ଓ କନ୍ଧମାଳ ଜିଲାର କେତେକ ସ୍ଥାନରେ ପ୍ରବଳ କୁହୁଡ଼ି ହେବାର ସମ୍ଭାବନା ରହିଛି। ଏଥିସହିତ ଢେଙ୍କାନାଳ, କନ୍ଧମାଳ, ଅନୁଗୋଳ, କୋରାପୁଟ, ରାୟଗଡ଼ା ଓ କଳାହାଣ୍ଡି ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା କୁହୁଡ଼ି ହେବ। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।

Share