Categories: ଜାତୀୟ

ମିଳିଲା ଏଲୁରୁରେ ବ୍ୟାପିଥିବା ଅଜଣା ରୋଗର କାରଣ

ଏଲୁରୁ,୮।୧୨- ଆନ୍ଧ୍ର ପ୍ରଦେଶର ଏଲୁରୁ ସହରରେ ଦେଖାଦେଇଥିବା ଅଜଣା ରୋଗର କାରଣ ମଙ୍ଗଳବାର ଜଣାପଡ଼ିଛି। ପାଣିରେ ଲିଡ୍‌ ଓ ନିକେଲ ମାତ୍ରା ଅଧିକ ଏବଂ କ୍ଷୀର ଯୋଗୁ ହିଁ ରୋଗୀଙ୍କ ଠାରେ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଉଛି। ଏ ନେଇ ମୁଖ୍ୟମନ୍ତ୍ରୀ ଓ୍ବାଇ. ଏସ୍‌. ଜଗନ ମୋହନ ରେଡ୍ଡୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି। ଏମ୍ସ, ଅନ୍ୟ ରାଜ୍ୟ ଓ କେନ୍ଦ୍ରୀୟ ସଂସ୍ଥାର ବିଶେଷଜ୍ଞମାନେ ପ୍ରାଥମିକ ତଦନ୍ତ ରିପୋର୍ଟ ପ୍ରସ୍ତୁତ କରିଛନ୍ତି।

ଉଲ୍ଲେଖଥାଉ କି, ଗତ ଶନିବାରଠାରୁ ଏଲୁରୁ ସହରର ସରକାରୀ ମେଡିକାଲରେ ଅଜଣା ରୋଗରେ ପୀଡ଼ତ ଥିବା ରୋଗୀ ଭର୍ତ୍ତି ହୋଇଥିଲେ। ସେମାନଙ୍କ ଠାରେ ବାନ୍ତି, ମୁଣ୍ଡ ବିନ୍ଧା, ଅଣ୍ଟା ବିନ୍ଧା, ହଠାତ୍‌ ଅଚେତ ହୋଇପଡ଼ିବା ଭଳି ଲକ୍ଷଣ ଦେଖାଦେଉଥିଲା। ଏହି ରୋଗରେ ଏପର୍ଯ୍ୟନ୍ତ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫୦୫ରୁ ୩୭୦ ଜଣଙ୍କୁ ଡିସ୍‌ଚାର୍ଜ କରାଯାଇଛି। ୧୩୫ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି।

Share