କିଭ୍‌ରେ ରୁଷିଆ ପକ୍ଷରୁ ଜୋରଦାର କ୍ଷେପଣାସ୍ତ୍ର ମାଡ଼, ଜଣେ ମୃତ-୨୮ ଆହତ…

କିଭ୍‌,୧।୧ : ଶନିବାର-ରବିବାର ବିଳମ୍ବିତ ରାତିରେ ରୁଷିଆ ପକ୍ଷରୁ ୟୁକ୍ରେନ୍‌ ଉଉପରେ ଜୋରଦାର କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ୟୁକ୍ରେନ୍‌ ଉପରେ ୨୦ରୁ ଅଧିକ କ୍ରୁଜ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା। ୟୁକ୍ରେନ୍‌ ବାୟୁସେନା ପକ୍ଷରୁ ପାଲଟା ଆକ୍ରମଣ କରାଯାଇ ୧୨ଟି କ୍ଷେପଣାସ୍ତ୍ରକୁ ଗୁଳ କରି ଖସାଇ ଦିଆଯାଇଥିଲା। ଏହି ସୂଚନା ୟୁକ୍ରେନ ମିଡିଆ ପ୍ରକାଶନ ଦି କିଭ ଇଣ୍ଡିପେଣ୍ଡେଣ୍ଟ ଦ୍ୱାରା ପ୍ରଦାନ କରାଯାଇଛି।

ୟୁକ୍ରେନର ସେନାଧ୍ୟକ୍ଷ ଭାଲେରୀ ଜାଲୁଜଲି କହିଛନ୍ତି ଯେ କ୍ରୁଜ କ୍ଷେପଣାସ୍ତ୍ର ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏହି ଘଟଣାରେ ୨୮ଜଣ ଆହତ ହୋଇଛନ୍ତି। ସୈନ୍ୟ କମାଣ୍ଡର କହିଛନ୍ତି ଯେ ବାୟୁସେନା କିଭ୍‌ରେ ୬ଟି, ଉତ୍ତର ଜାଇଟୋମିର ଅଞ୍ଚଳରେ ପାଞ୍ଚଟି ଏବଂ ପଶ୍ଚିମ ଖେମେଲନିଟସ୍କି ଅଞ୍ଚଳରେ ଗୋଟିଏ ରୁଷିଆ କ୍ଷେପଣାସ୍ତ୍ରକୁ ଗୁଳି କରି ଖସାଇ ଦେଇଛି।

ୟୁକ୍ରେନ ଗଣମାଧ୍ୟମ ଦାବି କରିଛି ଯେ ରୁଷିଆ ପକ୍ଷରୁ ମାଡ଼ ହୋଇଥିବା କ୍ଷେପଣାସ୍ତ୍ର ଦକ୍ଷିଣ, ପୂର୍ବ ଏବଂ ପଶ୍ଚିମରେ ସାଧାରଣ ନାଗରିକଙ୍କ ଉପରେ ପଡିଛି।

Share