ପ୍ରବଳ ବର୍ଷା

ନ୍ୟୁୟର୍କ,୧୦ା୭: ଆମେରିକାର ନ୍ୟୁୟର୍କ ଏବଂ ପେନ୍‌ସିଲ୍‌ଭାନିଆର କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରାସ୍ତାରେ ଯାଉଥିବା ଗାଡ଼ିମୋଟର ପାଣିରେ ଫସି ରହିଛନ୍ତି। ଏଥିରୁ ଲୋକମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

କେନ୍ଦ୍ରୀୟ ପେନ୍‌ସିଲ୍‌ଭାନିଆ ଏବଂ ଦକ୍ଷିଣ ନ୍ୟୁୟର୍କରେ ବର୍ଷାର ପ୍ରଭାବ ଅଧିକ ରହିଛି। ସୋମବାର ପର୍ଯ୍ୟନ୍ତ ନ୍ୟୁଇଂଲଣ୍ଡର କିଛି ଅଞ୍ଚଳ ପାଇଁ ବ୍ୟାପକ ଏବଂ ସମ୍ଭାବ୍ୟ ଭୟଙ୍କର ବନ୍ୟା ପରିସ୍ଥିତି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।

 

Share