୫ ଦିନ ପ୍ରବଳ ବର୍ଷା

ଭୁବନେଶ୍ୱର, ୧୧।୭(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଟ୍ରପ୍‌ ଲାଇନ୍‌ ସକ୍ରିୟ ରହିଛି। ବର୍ତ୍ତମାନ ସମୁଦ୍ର ପତ୍ତନରେ ଥିବା ପୂର୍ବ-ପଶ୍ଚିମ ଲଘୁଚାପ ରେଖା ଉତ୍ତରପଶ୍ଚିମ ରାଜସ୍ଥାନରୁ ଓଡ଼ିଶା ଦେଇ ଉତ୍ତର-ପୂର୍ବ ବଙ୍ଗୋପସାଗର ଯାଏ ଲମ୍ବିଛି। ଏହାଛଡ଼ା ଉପକୂଳ ଓଡ଼ିଶାର ସମୁଦ୍ର ପତ୍ତନଠାରୁ ୨.୧ କିମି ଯାଏ ଏକ ସାଇକ୍ଲୋନିକ ସର୍କ୍ୟୁଲେଶନ ଦେଖିବାକୁ ମିଳିଛି। ଫଳରେ ରବିବାର ଆନ୍ଧ୍ରପ୍ରଦେଶର ପଶ୍ଚିମକେନ୍ଦ୍ରୀୟ ଓ ଉତ୍ତରପଶ୍ଚିମ ବଙ୍ଗୋପସାଗର ଏବଂ ଉପକୂଳ ଓଡ଼ିଶାରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ତେଣୁ ରାଜ୍ୟରେ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଉପକୂଳ ଜିଲାଗୁଡ଼ିକରେ ପ୍ରବଳ ବର୍ଷା ହେବ। ସୋମବାର ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ, ରାୟଗଡ଼ାରେ ପ୍ରବଳ ବର୍ଷା ହେବ। ସେହିପରି ୧୨ରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ୧୩ରେ ନୂଆପଡ଼ା, ମୟୂରଭଞ୍ଜ, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଏବଂ ୧୩ରେ କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ହେବ। ଏ ସମସ୍ତ ଜିଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

Share