୯ରୁ ବର୍ଷା, ଝଡ଼ତୋଫାନ: ୧୩ ଜିଲାକୁ ସତର୍କ ସୂଚନା

ଭୁବନେଶ୍ୱର, ୭।୮(ବ୍ୟୁରୋ): ବଙ୍ଗୋପସାଗରରେ ଗୋଟିଏ ଲଘୁଚାପ ଏବେ ସକ୍ରିୟ ରହିଥିବାବେଳେ ଆସନ୍ତା ୯ ତାରିଖ ବେଳକୁ ପଶ୍ଚିମକେନ୍ଦ୍ର ଓ ନିକଟବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏ ନେଇ ରାଜ୍ୟର ବିଭାନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଶନିବାର ଜଗତ୍‌ସିଂହପର, ପୁରୀ, ଗଞ୍ଜାମ ଓ ସୁନ୍ଦରଗଡ଼ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏଥିସହ ୧୩ ଜିଲାରେ ଝଡ଼ତୋଫାନ ସହ ବଜ୍ରପାତ ହେବା ନେଇ ସତର୍କ ସୂଚନା ଦିଆଯାଇଛି। ସମ୍ପୃକ୍ତ ଜିଲାଗୁଡ଼ିକ ହେଲା କନ୍ଧମାଳ, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କଟକ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ।
ଆସନ୍ତା ୯ରୁ ୧୧ ତାରିଖ ଯାଏ ବିଭିନ୍ନ ଜିଲାରେ ଲଘୁଚାପ ଜନିତ ବର୍ଷା ହେବାର ସମ୍ଭାବନା ରହିଛି । ୧୨ ପରେ ପାଗରେ ପରିବର୍ତ୍ତନ ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

Share