Posted inଜାତୀୟ

୧୨ ରାଜ୍ୟକୁ ପ୍ରବଳ ବର୍ଷା, ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ନୂଆଦିଲ୍ଲୀ,୧୩ା୬: ରାଜଧାନୀ ଦିଲ୍ଲୀ ସମେତ ଦେଶର ଅନେକ ରାଜ୍ୟର ଲୋକମାନେ ପ୍ରବଳ ଗରମ ଗୁଳୁଗୁଳିରେ ଛଟପଟ ହେଉଛନ୍ତି। ଜୁନ୍‌ ୧୬ ପର୍ଯ୍ୟନ୍ତ ଉତ୍ତରପ୍ରଦେଶ, ହରିୟାଣା, ପଞ୍ଜାବ, ଦିଲ୍ଲୀ ଏବଂ ଝାଡ଼ଖଣ୍ଡର କେତେକ ଅଞ୍ଚଳରେ ପ୍ରବଳ ଖରା ହେବା ସହ ଆଉ କିଛି ରାଜ୍ୟରେ ପ୍ରବଳ ବର୍ଷାର ହେବାର ସମ୍ଭାବନା ରହିଛି। ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ (ଆଇଏମଡି)।

ଜୁନ୍‌ ୧୮ ପର୍ଯ୍ୟନ୍ତ ଦିଲ୍ଲୀରେ ହିଟ୍‌ ଓ୍ବେଭ୍‌ ନେଇ ସତର୍କ ସୂଚନା ଜାରି କରାଯାଇଛି। ତେବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦେଶର ଅନେକ ରାଜ୍ୟରେ ପହଞ୍ଚିଛି। ଜାଣନ୍ତୁ କେଉଁ ରାଜ୍ୟରେ ମୌସୁମୀ ପ୍ରବେଶ କରିଛି ଏବଂ କେବେ ବର୍ଷା ଉତ୍ତର ଭାରତ ସମେତ ଅନ୍ୟ ରାଜ୍ୟରେ ପହଞ୍ଚିବ।

ବିହାର, ଝାଡ଼ଖଣ୍ଡ ଏବଂ ଉତ୍ତରପ୍ରଦେଶର ଲୋକମାନେ ଆଶା କରୁଥିଲେ ମୌସୁମୀ ଠିକ୍‌ ସମୟରେ ରାଜ୍ୟରେ ପ୍ରବେଶ କରିବ, କିନ୍ତୁ ତାହା ହେଲା ନାହିଁ। ଫଳସ୍ବରୂପ, ଏହି ରାଜ୍ୟଗୁଡ଼ିକରେ ମୌସୁମୀ ଏପର୍ଯ୍ୟନ୍ତ ପହଞ୍ଚି ନାହିଁ। ଏଥିସହିତ ଜୁନ୍‌ ୨୫ ପରେ ମହାରାଷ୍ଟ୍ର, ଛତିଶଗଡ଼, ଓଡ଼ିଶା, ଉପକୂଳ ଆନ୍ଧ୍ରପ୍ରଦେଶ ଏବଂ ଆସାମ, ସିକ୍କିମ ସମେତ ୧୨ଟି ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।


Enter your email to get our daily news in your inbox.

All Right Reserved By Dharitri.Com

ପିକେ ମିଶ୍ରଙ୍କଠାରୁ ଅଜିତ ଡୋଭାଲଙ୍କ ପର୍ଯ୍ୟନ୍ତ…; ଜାଣନ୍ତୁ PMOରେ ଅଛନ୍ତି କେଉଁ କେଉଁ ବଡ଼ ଅଫିସର? କାହା ପରାମର୍ଶରେ…

ନୂଆଦିଲ୍ଲୀ,୨୨।୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ପୂର୍ବତନ ଗଭର୍ନର ଶକ୍ତିକାନ୍ତ ଦାସଙ୍କୁ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପ୍ରମୁଖ ସଚିବ ଭାବରେ ନିଯୁକ୍ତ କରାଯାଇଛି।...

କେନ୍ଦ୍ର ୧୦ କୋଟି ଦେଲେ ବି ଲାଗୁ କରିବୁ ନାହିଁ NEP, ଜାଣନ୍ତୁ ଶିକ୍ଷା ନୀତିକୁ ନେଇ କ’ଣ କହିଲେ ମୁଖ୍ୟମନ୍ତ୍ରୀ

କୁଡ୍ଡାଲୋରା,୨୨।୨: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଶନିବାର କହିଛନ୍ତି ଯେ କେନ୍ଦ୍ର ସରକାର ୧୦,୦୦୦ କୋଟି ଟଙ୍କା ଦେଲେ ମଧ୍ୟ ସେ ରାଜ୍ୟରେ ଜାତୀୟ ଶିକ୍ଷା...

Birth Certificateରେ ପରିବର୍ତ୍ତନ କିମ୍ବା ନୂଆ କରିବାକୁ ଚାହୁଁଛନ୍ତି କି? ଡେଡ୍‌ଲାଇନ୍‌ ଜାରି କଲେ ସରକାର, ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୨।୨: ଜନ୍ମ ପ୍ରମାଣପତ୍ର ଭାରତରେ ଉପଲବ୍ଧ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ଆବଶ୍ୟକୀୟ ଡକ୍ୟୁମେଣ୍ଟ ମଧ୍ୟରୁ ଗୋଟିଏ। ଅଧିକାଂଶ ଲୋକ ଭାବନ୍ତି ଯେ ଜନ୍ମ ପ୍ରମାଣପତ୍ର କେବଳ...

ଭୁଶୁଡ଼ିଲା ସୁଡ଼ଙ୍ଗ: ଫସି ରହିଛନ୍ତି ୮ ଶ୍ରମିକ

ହାଇଦ୍ରାବାଦ,୨୨।୨; ତେଲଙ୍ଗାନାରେ ଏକ ନିର୍ମାଣାଧୀନ ସୁଡ଼ଙ୍ଗର କିଛି ଅଂଶ ଶନିବାର ଭୁଶୁଡ଼ି ପଡ଼ିଛି। ଫଳରେ ଏହା ତଳେ ୮ଜଣ ଶ୍ରମିକ ଫସିରହିଥିବା ଆଶଙ୍କା କରାଯାଉଛି। ନଗରକୁର୍ନୁଲ...

Shashi Tharoor: କଂଗ୍ରେସ ପାଇଁ ଅଲୋଡା ହୋଇଗଲେ କି ଶଶି ଥରୁର, ରାହୁଲଙ୍କୁ କଲେ ଏମିତି ପ୍ରଶ୍ନ

ନୂଆଦିଲ୍ଲୀ,୨୨।୨: କଂଗ୍ରେସ ଭିତରେ ଚାଲୁଥିବା ଆଲୋଚନାକୁ ନେଇ ପୂର୍ବରୁ ମଧ୍ୟ ପ୍ରଶ୍ନ ଉଠିଛି। ଏଥର ଦଳର ବରିଷ୍ଠ ନେତା ତଥା ଏମପି ଶଶି ଥରୁର ଏହାର...

କିଏ ସେହି ଶକ୍ତିକାନ୍ତ ଦାସ, ଯିଏ ହେଲେ PM ମୋଦିଙ୍କ ପ୍ରଧାନ ସଚିବ-୨, PMOରେ କ’ଣ କରିବେ? ଜାଣନ୍ତୁ…

ନୂଆଦିଲ୍ଲୀ,୨୨।୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ଗଭର୍ଣ୍ଣର ପଦରୁ ଗତ ବର୍ଷ ଅବସର ନେଇଥିବା ଶକ୍ତିକାନ୍ତ ଦାସଙ୍କୁ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ-୨...

ଝିଅମାନଙ୍କୁ ମାଗଣା ସ୍କୁଟି ଦେବେ ସରକାର; କିଏ ଏବଂ କିଭଳି ଉଠାଇପାରିବେ ଏହାର ଲାଭ, ଜାଣନ୍ତୁ…

ଲକ୍ଷ୍ନୌ,୨୨।୨: କେନ୍ଦ୍ର ସରକାରଙ୍କ ସହିତ ବିଭିନ୍ନ ରାଜ୍ୟ ସରକାରଙ୍କ ଦ୍ୱାରା ମହିଳାମାନଙ୍କ କଲ୍ୟାଣ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଯୋଜନା ପରିଚାଳିତ ହେଉଛି। ଦେଶର ଅନ୍ୟ ରାଜ୍ୟ...

ମୋଦି କୁହନ୍ତୁ ଆମେରିକାଠାରୁ ୨୧ ମିଲିୟନ ଡଲାର ନେଇଛନ୍ତି ନା ନାହିଁ? ରାଜନୀତି ହେଉଛି ସରଗରମ

ନୂଆଦିଲ୍ଲୀ,୨୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା USAID ସମ୍ପର୍କରେ କରାଯାଇଥିବା ଦାବି ପରେ ଭାରତୀୟ ରାଜନୀତିରେ ଏକ ହଇଚଇ ସୃଷ୍ଟି ହୋଇଛି। ସଦ୍ୟତମ ଘଟଣାକ୍ରମରେ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image