ଭୁବନେଶ୍ୱର,୨୩।୮(ବ୍ୟୁରୋ): ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୪ ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଜିଲାଗୁଡିକ ହେଲା ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଏବଂ ମୟୁରଭଞ୍ଜ। ଏହି ଜିଲାଗୁଡିକୁ ଅରେଞ୍ଜ ଓ୍ବାର୍ନିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ସେହିପରି ୧୦ ଜିଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବାରୁ ୟେଲୋ ଓ୍ବାର୍ନିଂ ଜାରି କରିଛି ପାଣିପାଗ ବିଭାଗ।
ପାଣିପାଗ ବିଭାଗ ଅନୁଯାୟୀ, ପ୍ରବଳ ବର୍ଷା ଯୋଗୁ ମାଟି ରାସ୍ତା, ଚାଳଘର, ମାଟିକାନ୍ଥ ପଡିବା ସମ୍ଭାବନା ଅଛି। ତଳୁଆ ଅଞ୍ଚଳରେ ପାଣି ଜମିବା ସହ ଚାଷଜମି ଜଳମଗ୍ନ ହେବାର ଆଶଙ୍କା ରହିଛି। ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଏବଂ ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।
ଆଗାମୀ ୨୪ ଘଣ୍ଟା ପାଇଁ ରାଜ୍ୟରେ ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଏବଂ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ରୁ ଅତିପ୍ରବଳ ବର୍ଷାର ସମ୍ଭାବନା (୭ ରୁ ୨୦ ସେମି ) ପାଇଁ ଜାରିହେଲା ଅରେଞ୍ଜ ୱାର୍ଣ୍ଣିଙ୍ଗ,
୧୦ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ପାଇଁ ୟେଲୋ ୱାର୍ଣ୍ଣିଙ୍ଗ
ପ୍ରଭାବିତ ହେବ ମାଟି ରାସ୍ତା, ଚାଳଘର, ମାଟିକାନ୍ଥ ପଡିବା ସମ୍ଭାବନା pic.twitter.com/rjvZParDVi
— Meteorological Centre, Bhubaneswar (@mcbbsr) August 23, 2022