ଲଗାଣ ବର୍ଷା: ଆଳିର ବିଭିନ୍ନ ସ୍ଥାନରେ ଜମି ରହିଛି ପାଣି

ଆଳି, ୨୭ା୯(ବନମାଳୀ ସେନାପତି ): ଲଘୁଚାପ ପ୍ରଭାବରୁ ଆଳି ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ପ୍ରବଳ ବର୍ଷା ଯୋଗୁ ଆଳି ଅଞ୍ଚଳର ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ୩ଦିନ ହେବ ଲଗାଣ ବର୍ଷା ଲାଗି ରହିଥିବାରୁ ସାଧାରଣ ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନେକ ଖାଲୁଆ ଅଞ୍ଚଳରେ ବର୍ଷାଜଳ ନିଷ୍କାସନ ହୋଇ ନ ପାରିବାରୁ ଲୋକମାନେ ଜଳବନ୍ଦୀ ଜୀବନ କାଟୁଛନ୍ତି। ଲଗାଣ ବର୍ଷା ଯୋଗୁ ଆଳିର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀଲକ୍ଷ୍ମୀବରାହ ଜୀଉ ମନ୍ଦିର ସମ୍ମୁଖରୁ ବର୍ଷାଜଳ ନିଷ୍କାସନର ବ୍ୟବସ୍ଥା ନ ଥିବାରୁ ଆଣ୍ଠୁଏ ବର୍ଷାଜଳ ଜମି ରହିଛି। ଠାକୁର ଦର୍ଶନ ନିମନ୍ତେ ଶ୍ରଦ୍ଧାଳୁମାନେ ପାଣିରେ ପଶି ଯାଉଥିବାବେଳେ ନିକଟରେ ଥିବା ୟୁକୋ ବ୍ୟାଙ୍କକୁ ମଧ୍ୟ ବର୍ଷା ପାଣି ଯୋଗୁ ଗ୍ରାହକମାନେ ଆସୁନାହାନ୍ତି। ଅତି ଜରୁରୀ କାର୍ଯ୍ୟ ଥିବା ଗ୍ରାହକମାନେ ପାଣି ଭିତରେ ପଶି ଯାତାୟାତ କରୁଥିବା ଦେଖିବାକୁ ମିଳୁଛି। ସେହିପରି ଆଳି ଅନ୍ନପୂର୍ଣ୍ଣା ପଡ଼ିଆ ମଧ୍ୟରେ ଥିବା ଖାଲଖମାରେ ବର୍ଷା ପାଣି ଜମି ରହି ସାଧାରଣ ଯାତ୍ରୀଙ୍କ ଯାତାୟାତରେ ବାଧକ ସାଜିଛି। ସେହିପରି ରାଜବାଟି ରୋଡ଼ରେ ମଧ୍ୟ ବର୍ଷା ପାଣି ଲହଡ଼ି ଭାଙ୍ଗୁଛି। ମେଣ୍ଢପୁର ପଞ୍ଚାୟତର ୯ ନଂ. ୱାର୍ଡର ଆଜାଦନଗରଠାରେ ମଧ୍ୟ ବର୍ଷା ପାଣି ଜମି ରହିଛି। ୱାର୍ଡରେ ବସବାସ କରୁଥିବା ଲୋକମାନଙ୍କ ସହ ସ୍କୁଲ ଛାତ୍ରୀଛାତ୍ର ମଧ୍ୟ ପାଣିରେ ପଶି ସ୍କୁଲ ଟିଉସନ ଯାଉଛନ୍ତି। ସେହିପରି କଟକ-ଚାନ୍ଦବାଲି ରାସ୍ତାରୁ ନିଆଳ ଗ୍ରାମ ମଧ୍ୟକୁ ଯାଇଥିବା ରାସ୍ତାରେ ଆଣ୍ଠୁଏ ଲେଖା ପାଣି ଜମି ରହୁଥିବାରୁ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ପରିବାର ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଜଳ ନିଷ୍କାସନର କୌଣସି ବ୍ୟବସ୍ଥା ନ ଥିବାରୁ ମୋଟର ଲଗାଇ ଜଳ ନିଷ୍କାସନ କରୁଥିବା ଦେଖିବାକୁ ମିଳୁଛି। ପ୍ରଶାସନ ପକ୍ଷରୁ ତୁରନ୍ତ ଜଳ ନିଷ୍କାସନର ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ପର୍ଯ୍ୟଟନ ଦିବସ: ସଫେଇ କାର୍ଯ୍ୟକ୍ରମରେ ସାମିଲ ହେଲେ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା-ପ୍ରଶାସନ

ଦାରିଙ୍ଗବାଡି,୨୭।୯(ଅରୁଣ ସାହୁ): ଆଜି ବିଶ୍ୱ ପର୍ଯ୍ୟଟନ ଦିବସ ଏଥିପାଇଁ ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ଥିବା ପର୍ଯ୍ୟଟନ କ୍ଷେତ୍ରକୁ ସଫେଇ କରାଯାଇଛି। ଦାରିଙ୍ଗବାଡିର...

କଳାହାଣ୍ଡି ବିଜୟୀ, ଦ୍ୱିତୀୟ ମ୍ୟାଚ୍‌ରେ ବର୍ଷା ବାଧା

ବରଗଡ଼, ୨୭।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ) ଏବଂ ବରଗଡ଼ ଜିଲା କ୍ରୀଡ଼ା ସଂସଦର ମିଳିତ ଆୟୋଜନରେ...

ମଦ ବିକ୍ରି ବନ୍ଦ କରିବାକୁ ଏକାଠି ହେଲେ ୪ ଗ୍ରାମର ମହିଳା

ଅମରପାଲି,୨୭।୯(ପୀତାମ୍ବର ସାହୁ):ମଦ ବିକ୍ରି ବନ୍ଦ କରିବାକୁ ଏକାଠି ହେଲ ଚାରି ଗ୍ରାମର ମହିଳା। ଏନେଇ ସମସ୍ତ ଚାରି ଗ୍ରାମର ମହିଳା ଏକତ୍ରିତ ହୋଇ ଏକ ବୈଠକ...

ଜୈବିକ ଚାଷର ପ୍ରଣାଳୀ ଶିଖିଲେ ଛାତ୍ରୀ

ଦାରିଙ୍ଗବାଡି, ୨୭।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଶିଖିଲେ ଜୈବିକ ଚାଷର ପ୍ରଣାଳୀ ଓ ପଦ୍ଧତି।...

ସ୍ବଚ୍ଛ ଭାରତ ମିଶନରେ ଉତ୍ତମ ପ୍ରଦର୍ଶନ: ରାଜ୍ୟସ୍ତରରେ ଚମାଖଣ୍ଡି ପଞ୍ଚାୟତ ସମ୍ମାନିତ

ଛତ୍ରପୁର,୨୭।୯(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ରାଜ୍ୟ ସ୍ତରରେ ଆୟୋଜିତ ସଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲାର ଛତ୍ରପୁର ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ଗ୍ରାମ ପଞ୍ଚାୟତକୁ ସ୍ବଚ୍ଛ...

ଶିକ୍ଷକ ବଦଳି ପ୍ରତିବାଦରେ ହାଇସ୍କୁଲରେ ତାଲା

ଅମରପାଲି,୨୭।୯(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବାଗବର ହାଇସ୍କୁଲରେ ଶିକ୍ଷକ ବଦଳି ପ୍ରତିବାଦରେ ସ୍କୁଲ ଫାଟକରେ ତାଲା ମାରି ପ୍ରତିବାଦ କରିଛନ୍ତି ଛାତ୍ରୀଛାତ୍ର ଓ...

ଦରମା ନ ମିଳିବାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ

ଭବାନୀପାଟଣା,୨୭ା୯ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାର ୧୩ ବ୍ଲକରେ ମିଶନ ଶକ୍ତି ଅଧୀନରେ କାର୍ଯ୍ୟରତ କର୍ମୀମାନଙ୍କୁ ଦୀର୍ଘ ୬ମାସରୁ ଊଦ୍ଧର୍‌ବ ହେବ ଦରମା ଟଙ୍କା ମିଳିନାହିଁ।...

‘ସ୍ବର୍ଣ୍ଣ ପ୍ରାଶନ’ ଅଭିଯାନ ଆରମ୍ଭ: ୩୦ ହଜାର ଶିଶୁ ଉପକୃତ ହେବା ଲକ୍ଷ୍ୟ

ଭବାନୀପାଟଣା,୨୭ା୯ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ ବେଦାନ୍ତ ‘ସ୍ବର୍ଣ୍ଣ ପ୍ରାଶନ’ ଅଭିଯାନ ଆରମ୍ଭ କରିଛି। ଭବାନୀପାଟଣା ସହରସ୍ଥିତ ମାଣିକେଶ୍ବରୀ ଉଚ୍ଚ ବିଦ୍ୟାଳୟ ଓ ସରସ୍ବତୀ ଶିଶୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri