Categories: ଜାତୀୟ

ପ୍ରବଳ ବର୍ଷା, ୨୪ ଘଣ୍ଟାରେ ଘଡ଼ଘଡ଼ିରେ ୯ ଜଣଙ୍କ ମୃତ୍ୟୁ

ପାଟନା, ୦୬।୦୭: ପ୍ରବଳ ବର୍ଷା କାରଣରୁ ବିହାରର କିଛି ଜିଲା ଜଳାର୍ଣ୍ଣବ ହୋଇଛି । ବର୍ଷା ସହିତ ବିଜୁଳି ଘଡ଼ଘଡ଼ି ମଧ୍ୟ ହୋଇଛି । ଫଳରେ ଘଡ଼ଘଡ଼ିରେ ଗତ ୨୪ ଘଣ୍ଟା ମଧ୍ୟରେ ୬ ଜିଲ୍ଲାରେ ୯ ଲୋକଙ୍କ ମୃତ୍ୟୁ ହୋଇଥିବା ସରକାରୀ ସ୍ତରରୁ ଜଣାପଡ଼ିଛି । ମୁଖମନ୍ତ୍ରୀ ନୀତିଶ କୁମାର ଏନେଇ ଦୁଃଖ ପ୍ରକାଶ କରିବା ସହିତ ମୃତ ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶିର ଘୋଷଣା କରିଛନ୍ତି ।

ସୂଚନା ଥାଉକି, କିଛିଦିନ ଧରି ବିହାରର ବିଭିନ୍ନ ଅଞ୍ଚଳରେ ବର୍ଷା ଜାରି ରହିଛି । ପାଣିପାଗ ବିଭାଗର ପୂର୍ବାନୁମାନ ମୁତାବିକ ବିହାରରେ ଆଜି ବାଦଲ ଛାଇ ହୋଇ ରହିବ । ଘଡ଼ଘଡ଼ି ସହ ବର୍ଷା ହେବ ।

Share