Categories: ଖେଳ

ନ୍ୟୁଜିଲାଣ୍ଡ-ଭାରତ ଦ୍ୱିତୀୟ ଓ୍ବାର୍ମଅପ୍‌ ମ୍ୟାଚ୍‌ ବାତିଲ

ବ୍ରିସବେନ୍‌,୧୯।୧୦: ଟି୨୦ ବିଶ୍ୱକପ୍‌ରେ ଭାରତୀୟ ଟିମ୍‌ ବୁଧବାର ନିଜର ଦ୍ୱିତୀୟ ଓ୍ବାର୍ମ ଅପ୍‌ ମ୍ୟାଚ୍‌ ଖେଳିଥାନ୍ତା। ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌କୁ ମୂଷଳଧାର ବର୍ଷା କାରଣରୁ ବାତିଲ କରାଯାଇଛି। ତେବେ ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷରେ ସୁପର-୧୨ ମୁକାବିଲାକୁ ଓହ୍ଲାଇବ ଭାରତ। ଏମିତିରେ ଭାରତର ପ୍ରସ୍ତୁତି ଲାଗି ମ୍ୟାଚ୍‌ ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା। ପୂର୍ବରୁ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଓ୍ବାର୍ମ ଅପ୍‌ ମ୍ୟାଚ୍‌ ଖେଳିଥିଲା। ଏଥିରେ ଦମ୍‌ଦାର ବୋଲିଂ ସାଙ୍ଗକୁ ବ୍ୟାଟିଂ ନେଇ ଦଳ ବିଜେତା ହୋଇଥିଲା।

Share