Categories: ଜାତୀୟ

ବର୍ଷାରେ ବେହାଲ ଦିଲ୍ଲୀ: ରନ୍‌ୱେରେ ଜମିଲା ପାଣି

ନୂଆଦିଲ୍ଲୀ,୧୧ ।୯: ଶୁକ୍ରବାର ରାତିରୁ ରାଜଧାନୀ ଦିଲ୍ଲୀରେ ଲଗାଣ ବର୍ଷା ଫଳରେ ଅନେକାଂଶ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଛି । ଗଳିକନ୍ଦିରେ ପାଣି ଜମା ହୋଇଯିବା ସହ ସାଧାରଣ ଜବୀନଯାତ୍ରା ପ୍ରଭାବିତ ହୋଇଛି । ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା କି ଦିଲ୍ଲୀ-ଏନ୍‌ସିଆର୍‌ର କିଛି ଅଞ୍ଚଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଭାରତୀୟ ପାଣିପାଗ ବିଭାଗର ଦିଲ୍ଲୀ-ଏନ୍‌ସିଆର୍ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଥିଲା । ବେଶ୍ କିଛି ସମୟ ଧରି ରାଜଧାନୀରେ ବର୍ଷା ହେବା ଫଳରେ ତାପମାତ୍ରା କମ୍ ହୋଇଛି । ଏହା ସାଧାରଣଠାରୁ ୩-୪ ଡିଗ୍ରୀ କମି ଯାଇଥିବା ଜଣାପଡିଛି । ତେବେ ଦିଲ୍ଲୀ, ନଏଡା. ଗ୍ରେଟର ନଏଡା ସମତେ ଏନ୍‌ସିଆର୍‌ର ଅଧିକାଂଶ ଅଞ୍ଚରେ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଲଗାଣ ବର୍ଷା ଯୋଗୁ ଦ୍ୱାରକା ମେଟ୍ରୋ ଷ୍ଟେଶନ ବାହାରର ପାଚେରି ଭାଙ୍ଗି ପଡିଥିବା କୁହାଯାଉଛି । ଏହି ବର୍ଷା ଫଳରେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର(ଟର୍ମିନାଲ ୩) ଭିତରେ ପାଣି ଜମା ହୋଇଯାଇଛି । ରନୱେରେ ପାଣି ଚାଲିବା ସହ ବିମାନ ବନ୍ଦରରେ ଥିବା ବିମାନ ଗୁଡିକର ଚକ ପାଣିରେ ବୁଡି ଯାଇଥିବା ଦେଖାଯାଇଛି ।

Share