ଜାପାନରେ ବର୍ଷା ବିତ୍ପାତ: ୬ମୃତ

ଟୋକିଓ,୧୧।୭: ଲଗାଣ ବର୍ଷା ଯୋଗୁ ଜାପାନର ଦକ୍ଷିଣ-ପଶ୍ଚିମ ଦ୍ୱୀପପୁଞ୍ଜରେ ଫ୍ଲାସ ବନ୍ୟା ଓ ଭୂସ୍ଖଳନ ହୋଇଛି। ବର୍ଷାରେ ୬ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ଜଣ ନିଖୋଜ ଅଛନ୍ତି। ଉଦ୍ଧାରକାରୀମାନେ ନିଖୋଜ ବ୍ୟକ୍ତିଙ୍କୁ ଖୋଜୁଛନ୍ତି। ଜାପାନର ପାଣିପାଗ ବିଭାଗ କ୍ୟୁସୁର ଦକ୍ଷିଣ ମୁଖ୍ୟ ଦ୍ୱୀପପୁଞ୍ଜର ଅନେକ ଅଂଶକୁ ପ୍ରବଳ ବର୍ଷା ପାଇଁ ସତର୍କ ସୂଚନା ଜାରି କରିଛି। ସର୍ବାଧିକ ସତର୍କତା ଅବଲମ୍ବନ କରିବାକୁ ନଦୀ କୂଳ ଏବଂ ପାହାଡ ଅଞ୍ଚଳର ଅଧିବାସୀଙ୍କୁ କୁହାଯାଇଛିି। ସମ୍ବେଦନଶୀଳ ଅଞ୍ଚଳରୁ ଲକ୍ଷ ଲକ୍ଷ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇଛି।

Share