କୋରାପୁଟରେ ପ୍ରବଳ ବର୍ଷା, ୧୦୨୫ ମିଲିମିଟର ରେକର୍ଡ

କୋରାପୁଟ,୭ା୯(ଅମିତାଭ ବେହେରା): ଗୁରୁବାର କୋରାପୁଟ ଜିଲାରେ ୧୦୨୫ ମିଲିମିଟର ବର୍ଷା ହୋଇଥିବା ଜିଲା ଜରୁରୀ ଅଧିକାରୀ ଜ୍ଞାନଜିତ ତ୍ରୀପାଠୀ ସୂଚନା ଦେଇଛନ୍ତି। କୋରାପୁଟ ଜିଲାର ସେମିଳିଗୁଡ଼ା ବ୍ଲକରେ ସର୍ବାଧିକ ୧୫୮ ମିଲିମିଟର ବର୍ଷା ହୋଇଥିବା ଜଣାଯାଇଛି। ସେହିପରି ଜିଲାର ବୈପାରୀଗୁଡା ବ୍ଲକରେ ୧୨୧ ମିମି ବର୍ଷା ହୋଇଥିବା ବେଳେ ବନ୍ଧୁଗାଁରେ ୧୦୭ ମିମି, ପଟ୍ଟାଙ୍ଗିରେ ୯୫ ମିମି, ଲକ୍ଷ୍ମୀପୁରରେ ୯୨.୪ ମିମି, କୋରାପୁଟ ବ୍ଲକରେ ୭୩ ମିମି, ଦଶମନ୍ତପୁରରେ ୬୭ ମିମି, ନାରାୟଣପାଟଣାରେ ୬୫.୪ ମିମି, କୁନ୍ଦ୍ରାରେ ୬୩.୪ ମିମି, ଲମତାପୁଟରେ ୫୮ ମିମି , ନନ୍ଦପୁରରେ ୫୮ ମିମି, ଜୟପୁରରେ ୩୨.୪ ମିମି, ବୋରିଗୁମ୍ମାରେ ୨୨.୪ ମିମି ବର୍ଷା ହୋଇଥିବା ବେଳେ କୋଟପାଡ଼ରେ ସର୍ବନିମ୍ନ ୧୨ ମିମି ବର୍ଷା ହୋଇଥିବା ଜଣାଯାଇଛି। ଏହି ବର୍ଷା ଯୋଗୁ ବୁଧବାର ରାତିରେ କୋରାପୁଟ-ରାୟଗଡ଼ା ଜିଲାର ବଙ୍ଗଳାଗୁଡ଼ା ଗ୍ରାମ ନିକଟରେ ଥିବା ଏକ ପୋଲ ଉପରେ ୪ ଫୁଟର ବର୍ଷା ପାଣି ଆସିବାରୁ କୋରାପୁଟ- ରାୟଗଡା ମଧ୍ୟରେ ଗାଡି ଚଳାଚଳ ବନ୍ଦ ରହିଥିଲା। ଏହି ବର୍ଷା ଯୋଗୁ ଜିଲାର ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ହୋଇଥିବା ଆଶଙ୍କା କରାଯାଉଥିବା ବେଳେ ଗୁରୁବାରା ମଧ୍ୟାହ୍ନ ସୁଦ୍ଧା ବର୍ଷା ଯୋଗୁଦେ କେତେ କ୍ଷୟକ୍ଷତି ହୋଇଛି ସେ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସରକାରୀ ରିପୋର୍ଟ ଆସି ନ ଥିବା ଜିଲା ଜରୁରୀ ଅଧିକାରୀ ଜ୍ଞାନଜିତ୍‌ ତ୍ରିପାଠୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃରାଜ୍ୟ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ଉଦ୍‌ଘାଟିତ

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ହାଇସ୍କୁଲ ଖେଳ ପଡିଆ ପରିସରରେ ଥିବା ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ ଆନ୍ତଃରାଜ୍ୟ ଖେମୁଣ୍ଡି ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି।...

କୋସଲବାଦି ସଙ୍ଗଠନ ପକ୍ଷରୁ ଖବରଦାତା ସମ୍ମିଳନୀ : ଜୟନାରାୟଣ ମିଶ୍ରଙ୍କୁ ସମର୍ଥନ

ବଲାଙ୍ଗୀର,୧୬।୩: କୋସଲ ରାଜ୍ୟ ସମନ୍ବୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ ମିଶ୍ର ସୋମବାର ସ୍ଥାନୀୟ ଯାଦବ ଭବନ ଠାରେ ଖବରଦାତା ସମ୍ମିଳନୀ କରି ସ୍ବତନ୍ତ୍ର କୋସଲ...

ରାଜଧାନୀରେ ଡବଲ ମର୍ଡର: ସ୍ପଟରେ ସାଇଣ୍ଟିଫିକ ଟିମ୍‌ର ଛାନ୍‌ଭିନ୍‌

ଭୁବନେଶ୍ୱର,୧୫।୩: ରାଜଧାନୀ ଭୁବନେଶ୍ୱରରେ ହୋଲିରେ ଗଡ଼ିଛି ୨ ମୁଣ୍ଡ। ଶହୀଦନଗର ଶାନ୍ତିପଲ୍ଲୀ ବସ୍ତିରେ ଜଣଙ୍କୁ ଛୁରି ଭୁସି ହତ୍ୟା କରାଯାଇଥିବା ବେଳେ ମଞ୍ଚେଶ୍ୱର ଥାନା ସମେଇଗାଡିଆରେ...

ଶ୍ରୀମନ୍ଦିରରେ ସେବାୟତ ଜାଳିଲେ ମହମବତୀ: ଭିଡିଓ ଭାଇରାଲ ପରେ ତେଜିଲା ଅସନ୍ତୋଷ

ପୁରୀ,୧୬।୩: ପବିତ୍ର ଫାଲୁଗନ ମାସ ଦୋଳ ପୂର୍ଣ୍ଣିମା ଅବସରରେ ପୁରୀରେ ଚାଲିଛି ଦୋଳ ମହୋତ୍ସବ। ସାହି ସାହି ବୁଲିଛନ୍ତି ରାଧାଗୋବିନ୍ଦ। ଏହି ପରିପ୍ରେକ୍ଷୀରେ ପୁରୀରେ ଜମୁଛି...

ସବୁଠୁ ଉତ୍ତପ୍ତ ସହର ବୌଦ୍ଧ

ବୌଦ୍ଧ,୧୬।୩(ଅଜିତ କୁମାର ବାରିକ ): ବୌଦ୍ଧ ଜିଲାରେ ତାପମାତ୍ର ଶନିବର ଦିନ ୪୨ ଡିଗ୍ରୀ ଉପରେଥିଲା। ଏ ନେଇ ରାଜ୍ୟରେସବୁଠୁ ଉତ୍ତପ୍ତ ସହର ପାଲଟିଛି ବୌଦ୍ଧ।...

ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକଙ୍କ ସ୍ମୃତିରେ ଯୁବଗୋଷ୍ଠୀଙ୍କ ନିଆରା ପ୍ରୟାସ

ଗଞ୍ଜାମ,୧୬।୩(ବିଦ୍ୟାଧର ସାହୁ): ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ସ୍ବର୍ଗତ ଭଗବାନ ମହାରଣାଙ୍କ ସ୍ମୃତି ଉଦ୍ଦେଶ୍ୟରେ ପୁଇଁତୋଳା ଯୁବଗୋଷ୍ଠୀଙ୍କ ଦ୍ୱାରା ବଡ ବନ୍ଧ ପୋଖରୀ ପାରିପାର୍ଶ୍ୱ ସଫେଇ କରାଯାଇଥିଲା।...

OSRTC ବସ୍‌-ସ୍କୁଟି ମୁହାଁମୁହିଁ ଧକ୍କା: ଜଣେ ମୃତ

ଜଗନ୍ନାଥ ପ୍ରସାଦ,୧୬।୩: ଗଞ୍ଜାମ ଜିଲା ଜଗନ୍ନାଥ ପ୍ରସାଦ ଥାନା ଅଧୀନ ପଞ୍ଚଭୂତି ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। OSRTC ବସ୍‌ ଏବଂ ସ୍କୁଟି...

ସୁନ୍ଦର ଓ ସବୁଜ ଦାରିଙ୍ଗବାଡି ପାଇଁ  ପ୍ରୟାସ 

ଦାରିଙ୍ଗବାଡି,୧୬ ।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ସବୁଜ ସୁନ୍ଦର କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ଏକ ଫୋରମ ଗଠନ କରାଯାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image