କୋରାପୁଟରେ ପ୍ରବଳ ବର୍ଷା, ୧୦୨୫ ମିଲିମିଟର ରେକର୍ଡ

କୋରାପୁଟ,୭ା୯(ଅମିତାଭ ବେହେରା): ଗୁରୁବାର କୋରାପୁଟ ଜିଲାରେ ୧୦୨୫ ମିଲିମିଟର ବର୍ଷା ହୋଇଥିବା ଜିଲା ଜରୁରୀ ଅଧିକାରୀ ଜ୍ଞାନଜିତ ତ୍ରୀପାଠୀ ସୂଚନା ଦେଇଛନ୍ତି। କୋରାପୁଟ ଜିଲାର ସେମିଳିଗୁଡ଼ା ବ୍ଲକରେ ସର୍ବାଧିକ ୧୫୮ ମିଲିମିଟର ବର୍ଷା ହୋଇଥିବା ଜଣାଯାଇଛି। ସେହିପରି ଜିଲାର ବୈପାରୀଗୁଡା ବ୍ଲକରେ ୧୨୧ ମିମି ବର୍ଷା ହୋଇଥିବା ବେଳେ ବନ୍ଧୁଗାଁରେ ୧୦୭ ମିମି, ପଟ୍ଟାଙ୍ଗିରେ ୯୫ ମିମି, ଲକ୍ଷ୍ମୀପୁରରେ ୯୨.୪ ମିମି, କୋରାପୁଟ ବ୍ଲକରେ ୭୩ ମିମି, ଦଶମନ୍ତପୁରରେ ୬୭ ମିମି, ନାରାୟଣପାଟଣାରେ ୬୫.୪ ମିମି, କୁନ୍ଦ୍ରାରେ ୬୩.୪ ମିମି, ଲମତାପୁଟରେ ୫୮ ମିମି , ନନ୍ଦପୁରରେ ୫୮ ମିମି, ଜୟପୁରରେ ୩୨.୪ ମିମି, ବୋରିଗୁମ୍ମାରେ ୨୨.୪ ମିମି ବର୍ଷା ହୋଇଥିବା ବେଳେ କୋଟପାଡ଼ରେ ସର୍ବନିମ୍ନ ୧୨ ମିମି ବର୍ଷା ହୋଇଥିବା ଜଣାଯାଇଛି। ଏହି ବର୍ଷା ଯୋଗୁ ବୁଧବାର ରାତିରେ କୋରାପୁଟ-ରାୟଗଡ଼ା ଜିଲାର ବଙ୍ଗଳାଗୁଡ଼ା ଗ୍ରାମ ନିକଟରେ ଥିବା ଏକ ପୋଲ ଉପରେ ୪ ଫୁଟର ବର୍ଷା ପାଣି ଆସିବାରୁ କୋରାପୁଟ- ରାୟଗଡା ମଧ୍ୟରେ ଗାଡି ଚଳାଚଳ ବନ୍ଦ ରହିଥିଲା। ଏହି ବର୍ଷା ଯୋଗୁ ଜିଲାର ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ହୋଇଥିବା ଆଶଙ୍କା କରାଯାଉଥିବା ବେଳେ ଗୁରୁବାରା ମଧ୍ୟାହ୍ନ ସୁଦ୍ଧା ବର୍ଷା ଯୋଗୁଦେ କେତେ କ୍ଷୟକ୍ଷତି ହୋଇଛି ସେ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସରକାରୀ ରିପୋର୍ଟ ଆସି ନ ଥିବା ଜିଲା ଜରୁରୀ ଅଧିକାରୀ ଜ୍ଞାନଜିତ୍‌ ତ୍ରିପାଠୀ ପ୍ରକାଶ କରିଛନ୍ତି।