କୋରାପୁଟରେ ପ୍ରବଳ ବର୍ଷା

କୋରାପୁଟ,୬ା୯(ଅମିତାଭ ବେହେରା): କୋରାପୁଟରେ ବୁଧବାର ଅପରାହ୍ନ ୪ଟାରୁ ପ୍ରବଳ ବର୍ଷା ଲାଗିରହିଛି। ଫଳରେ ସହରରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ସହରର ବିଭିନ୍ନ ସ୍ଥାନରେ ବର୍ଷାପାଣି ରାସ୍ତାରେ ଜମି ରହିଥିବା ବେଳେ କେତେକ ଓ୍ବାର୍ଡରେ କିଛି ଘରେ ବର୍ଷା ପାଣି ପଶିଯାଇଥିବା ଜଣାଯାଇଛି। ସ୍ଥାନୀୟ ଖଣି କାର୍ଯ୍ୟାଳୟ ସମ୍ମୁଖ ୨୬ ନଂ ଜାତୀୟ ରାଜପଥରେ ୩ ଫୁଟର ବର୍ଷାପାଣି ପ୍ରବାହିତ ହେଉଛି।

ସୂଚନାଯୋଗ୍ୟ, ବୁଧବାର କୋରାପୁଟ ଜିଲାରେ ୨୯୩.୫.ମିମି ବର୍ଷା ହୋଇଥିବା ବେଳେ ଜିଲାର ବୈପାରୀଗୁଡ଼ାରେ ସର୍ବାଧିକ ୭୩ ମିମି ବର୍ଷା ହୋଇଛି। ଲମତାପୁଟ ବ୍ଲକରେ ୬୭.୪ ମିମି ଜୟପୁରରେ ୬୨.୪ ମିମି କୋରାପୁଟ ବ୍ଲକରେ ୪୭.୬ ମିମି ବର୍ଷା ହୋଇଥିବା ଜିଲା ଜରୁରୀ ବିଭାଗ ପକ୍ଷରୁ ସୂଚନା ମିଳିଛି। କୋରାପୁଟ ସହରରେ ୧୭ ମିମି ବର୍ଷା ହୋଇଥିବା ଜିଲା ଜରୁରୀ ଅଧିକାରୀ ଜ୍ଞାନଜିତ୍‌ ତ୍ରିପାଠୀ ପ୍ରକାଶ କରିଛନ୍ତି।

Share