Advertisement

କୋରାପୁଟରେ ସର୍ବାଧିକ ୬୦୭.୨ ମିଲିଲିଟର ବର୍ଷା ରେକର୍ଡ

କୋରାପୁଟ,୧୨ା୭(ସ୍ବ.ପ୍ର.): କୋରାପୁଟ ଜିଲାରେ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୬୦୭.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏହି ସମୟ ମଧ୍ୟରେ ଜିଲାର କୋଟପାଡ଼ ବ୍ଲକରେ ସର୍ବାଧିକ ୧୨୯ ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ପଟ୍ଟାଙ୍ଗି ବ୍ଲକରେ ସର୍ବନିମ୍ନ ୭ ମିମି ବର୍ଷା ରେକର୍ଡ କରାଯାଇଥିବା ଜିଲା ଜରୁରୀ ବିଭାଗ ପକ୍ଷରୁ ମଙ୍ଗଳବାର ସୂଚନା ମିଳିଛି। ମଙ୍ଗଳବାର ଲମତାପୁଟ ବ୍ଲକରେ ୬୧.୪ ମିମି, କୁନ୍ଦ୍ରା ବ୍ଲକରେ ୪୬ ମିମି, କୋରାପୁଟ ବ୍ଲକରେ ୨୯.୪ ମିମି, ଦଶମନ୍ତପୁର ବ୍ଲକରେ ୪୫ ମିମି, ବୈପାରୀଗଡ଼ା ବ୍ଲକରେ ୭୨ ମିମି, ଜୟପୁରରେ ୫୩.୬ ମିମି, ଲକ୍ଷ୍ମୀପୁରରେ ୩୧ ମିମି, ସେମିଳିଗୁଡ଼ାରେ ୧୭ ମିମି, ନାରାୟଣପାଟଣାରେ ୨୧.୬ ମିମି, ନନ୍ଦପୁରରେ ୪୫ ମିମି, ବନ୍ଧୁଗାଁରେ ୩୪ ମିମି, ବୋରିଗୁମ୍ମାରେ ୧୫.୨ ମିମି ବର୍ଷା ହୋଇଥିବା ଜିଲା ଜରୁରୀ ବିଭାଗ ପକ୍ଷରୁ ଜଣାଯାଇଛି ା ଜିଲାରେ ପ୍ରବଳ ବର୍ଷା ଯୋଗୁ ଉପ ଇନ୍ଦ୍ରାବତୀ ଜଳଭଣ୍ଡାରରେ ବର୍ତ୍ତମାନ ଜଳସ୍ତର ୬୩୧.୩ ମିଟରକୁ ବୃଦ୍ଧି ଘଟିଥିବାବେଳେ ସେହିପରି ତେଲେଙ୍ଗିରି ଜଳଭଣ୍ଡାରରେ ଜଳସ୍ତର ୬୨୩.୮୫ମିଟରକୁ ବୃଦ୍ଧି ପାଇଛି ା ସେହିପରି କୋରାପୁଟର ଅପର କୋଲାବ ଜଳ ଭଣ୍ଡାରର ଜଳସ୍ତର ୮୪୬.୩୯ ମିଟରକୁ ବୃଦ୍ଧି ପାଇଥିବା ଜିଲା ଜରୁରୀ ବିଭାଗର ଅଧିକାରୀ ଜ୍ଞାନଜିତ ତ୍ରିପାଠୀ ସୂଚନା ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share