ଦକ୍ଷିଣ କୋରିଆରେ ପ୍ରବଳ ବର୍ଷା, ମୃତ୍ୟୁସଂଖ୍ୟା ୩୯କୁ ବୃଦ୍ଧି

ସିଓଲ,୧୭ା୭: ଦକ୍ଷିଣ କୋରିଆରେ ପ୍ରବଳ ବର୍ଷା ଓ ବନ୍ୟାରେ ମୃତ୍ୟୁ ସଂଖ୍ୟା ୨୯କୁ ବୃଦ୍ଧି ପାଇଛି। ଏହି ସମୟରେ, ରାଷ୍ଟ୍ରପତି ୟୋନ ସୁକ ୟୋଲ ସୋମବାର ଏକ ନିର୍ଦ୍ଦେଶ ଜାରି କରି ଅନେକ ଦିନର ପ୍ରବଳ ବର୍ଷା ହେତୁ ହୋଇଥିବା ବିନାଶର ମୁକାବିଲା ପାଇଁ ସମସ୍ତ ଉଦ୍ୟମ କରିବାକୁ କହିଛନ୍ତି।

ଉଦ୍ଧାର କାର୍ଯ୍ୟ ମଧ୍ୟରେ ଜଳମଗ୍ନ ଥିବା ଅଣ୍ଡରପାସ୍‌ ନିକଟରୁ ଏକାସାଙ୍ଗରେ ୧୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବର୍ତ୍ତମାନ ସୁଦ୍ଧା ୯ ଜଣ ନିଖୋଜ ଅଛନ୍ତି ଏବଂ ୩୪ ଜଣ ଆହତ ହୋଇଥିବା ମଧ୍ୟ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ସୂଚନା ଦେଇଛି। ଜୁଲାଇ ୧୩ରୁ ଦେଶର କେନ୍ଦ୍ରୀୟ ଏବଂ ଦକ୍ଷିଣ ଅଞ୍ଚଳରେ ପ୍ରବଳ ବର୍ଷା ହେଉଛି।

Share