ଏହି ୪ ଜିଲାକୁ ପ୍ରବଳ ବର୍ଷା, ହାଇଆଲର୍ଟ ଜାରି

ଭୁବନେଶ୍ୱର,୧ା୮: ରାଜ୍ୟରେ କିଛିଦିନ ହେବ ବର୍ଷା ଲାଗି ରହିଛି। ତେବେ କିଛି ଜିଲାକୁ ପ୍ରବଳ ବର୍ଷା ହେବା ନେଇ ଜିଲାପାଳଙ୍କୁ ସତର୍କ କରାଇଛନ୍ତି ଏସ୍‌ଆର୍‌ସି ସତ୍ୟବ୍ରତ ସାହୁ। ତେବେ ବଲାଙ୍ଗୀର, ମୟୂରଭଞ୍ଜ, ସମ୍ବଲପୁର ଓ ପୁରୀ ଜିଲାପାଳଙ୍କୁ ହାଇଆଲର୍ଟ ଜାରି କରାଯାଇଛି। ଏଥିସହିତ ତଳିଆ ଅଞ୍ଚଳ ଜଳମଗ୍ନ ହୋଇପାରେ ବୋଲି ସତର୍କ ସୂଚନା ଦିଆଯାଇଛି। ତଳିଆ ଅଞ୍ଚଳ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏସ୍‌ଆର୍‌ସି।

Share