ଭୁବନେଶ୍ୱର,୨୭।୮(ବ୍ୟୁରୋ): ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ୨୮ ଓ ୨୯ ତାରିଖରେ ଏହାର ପ୍ରଭାବରେ ଓଡ଼ିଶାରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏପରିକି ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ତେଲେଙ୍ଗାନାରେ ମଧ୍ୟ ବର୍ଷା ହେବ।
ସୂଚନା ଯୋଗ୍ୟ, ଏକ ଘରୋଇ ପାଣିପାଗ ସଂସ୍ଥା ୨ଦିନ ପୂର୍ବରୁ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ଆକଳନ କରିଥିଲା। ହେଲେ ଭାରତୀୟ ପାଣିପାଗ ବିଭାଗ ଏହି ସମ୍ପର୍କରେ କୌଣସି ସୂଚନା ଦେଇ ନ ଥିଲା । ଶୁକ୍ରବାର ଆଇଏମ୍ଡି ଏ ନେଇ ସ୍ପଷ୍ଟ ସୂଚନା ଦେଇଛି।