ମାଲକାନଗିରି,୨୭ା୭(ଦୁର୍ଯ୍ୟୋଧନ ପାତ୍ର): ଲଘୁଚାପ ଯୋଗୁ ଆନ୍ଧ୍ରପ୍ରଦେଶର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ହୋଇଛି। ଫଳରେ ଗୋଦାବାରୀ ନଦୀ ଧିରେ ଧିରେ ଫୁଲିବାରେ ଲାଗିଛି। ଓଡ଼ିଶାରେ ଦୀର୍ଘଦିନ ଧରି ବର୍ଷା ଲାଗି ରହିବାରୁ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ରହିଛି। ପାହାଡ଼ି ବର୍ଷା ପାଣି ପାଇଁ ନଦୀ ପାଣି ବଢ଼ିବାରେ ଲାଗିଛି। ଯାହା ଫଳରେ ସବରି ଓ ଗୋଦାବରୀ ନଦୀରେ ପାଣି ବଢ଼ିବାରୁ ମୋଟୁ ସୀମାନ୍ତ ରାଞ୍ଚି ବିଜୟବାଡ଼ାକୁ ସମ୍ପୂର୍ଣ୍ଣ ଯାନବାହନ ଠପ୍ ହୋଇଯାଇଛି। ଉଭୟ କୂଳରେ ଶତାଧିକ ଗାଡ଼ି ଅଟକି ରହିଛି। ସୀମାନ୍ତ ମୋଟୁର କୁଇଗୁର ବ୍ରିଜ୍ ଉପରେ ୫ ଫୁଟ ପାଣି ପ୍ରବାହିତ ହେଉଛି l ଯାହାଫଳରେ ଶହ ଶହ ଗାଡ଼ି ଉଭୟ କୂଳରେ ଅଟକି ରହିଛି l ତେବେ ବର୍ଷା ଆଗକୁ ଜାରି ରହିଛି ଯଦି ବର୍ଷା ଲାଗି ରହେ ତା’ହେଲେ ମୋଟୁ ଠାରେ ବନ୍ୟା ହେବାର ଆଶଙ୍କା କରାଯାଉଛି l ମାଲକାନଗିରିରୁ ଆନ୍ଧ୍ର ଓ ଛତିଶଗଡ଼ ୩୨୬ ନମ୍ବର ଜାତୀୟ ରାଜପଥ ସମ୍ପୂର୍ଣ୍ଣ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି।