Categories: ଜାତୀୟ

ହିମାଚଳ ପ୍ରଦେଶରେ ବାଦଲ ଫଟା ବର୍ଷା: ଘରେ ପଶିଲା ପାଣି

କୁଲୁ,୧୫ ।୭: ହିମାଚଳ ପ୍ରଦେଶ କୁଲୁ ଜିଲାରେ ବାଦଲ ଫଟା ବର୍ଷା ହୋଇଛି । ଫଳରେ ଆଖପାଖର ନଦୀ ନାଳ ଭର୍ତ୍ତି ହୋଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟା ଯୋଗୁ କିଛି ଘରେ ଅଳିଆ ଆବାର୍ଜନା ପଶି ଯାଇଥିବା ଦେଖାଯାଇଛି । କୁଲୁ ଜିଲାରେ ପ୍ରବଳ ବର୍ଷା ଫଳରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ନଦୀ ନାଳ ଫୁଲି ରହିଥିବା ବେଳେ କେତେକ ସ୍ଥାନରେ ସଡ଼କ ଧୋଇ ଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଗ୍ରାମ ପଞ୍ଚାୟତ ଭଲାଣ-୨ର ଜୌଲି ନାଳରେ ବନ୍ୟା ଆସିଛି । ହେଲେ ଗାଁର ବିଶେଷ କିଛି କ୍ଷୟକ୍ଷତି ହୋଇନାହିଁ । ହେଲେ କିଛି ଘରେ ବନ୍ୟା ପାଣି ପଶି ଯାଇଛି । ରାତି ପ୍ରାୟ ୩ଟା ସମୟର ବନ୍ୟା ଆସିବା ଫଳରେ ଲୋକେ ଭୟଭୀତ ହୋଇଯାଇଥିଲେ ।

Share